ଓଡ଼ିଶାଲାଇଭ୍‌ ବ୍ୟୁରୋ

Courtesy: Odisha Suntimes

ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଗୁରୁବାର ଏକ ଘୋଷଣା କରିଛନ୍ତି। ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗଲଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଗତକାଲି ମାଓବାଦୀମାନେ ସଂଯୁକ୍ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରେମ୍‌ ମିଟ୍‌ କରି ସୂଚନା ଦେଇଛନ୍ତି।

ସୁରେନ୍ଦ୍ର କୁମାର କହିଛନ୍ତି, “ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମହିଳା ପୋଲିଂ କର୍ମଚାରୀ ସଂଯୁକ୍ତା ଦଗଲଙ୍କ ପରିବାରକୁ ସହାୟତା ଦିଆଯିବ। ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁସାରେ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦିଆଯିବ।”

ସଂଯୁକ୍ତା ଦଗଲ ବୃତ୍ତିରେ ଜଣେ ଗ୍ରାମ ରୋଜଗାର ସେବକ ଥିଲେ। ତାଙ୍କୁ ନିର୍ବାଚନୀ ସୁପରଭାଇଜର ଭାବେ ନିୟୋଜିତ କରାଯାଇଥିଲା। ଗତକାଲି ଫୁଲବାଣୀ ଗୋଛାପଡ଼ା ଥାନା ଅନ୍ତର୍ଗତ ବାରାଲା ଗାଁ ନିକଟରେ ମାଓବାଦୀମାନେ ସଂଯୁକ୍ତାଙ୍କୁ ଗୁଳିକରି ହତ୍ୟା କରିଥିଲେ।

ବୁଧବାର ଅନ୍‌-ଡ୍ୟୁଟି ପୋଲିଂ ସୁପରଭାଇଜର ସଂଯୁକ୍ତା ନିଜ ସହ-କର୍ମଚାରୀଙ୍କ ସହ ପୋଲିଂ ବୁଥ୍‌କୁ ଯାଉଥିଲେ। ବାରାଲା ଗାଁ ଦେଇ ଯିବା ସମୟରେ ପାଖ ଜଙ୍ଗଲରେ ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ଏହାକୁ ଦେଖି ସଂଯୁକ୍ତା ଗାଡ଼ିରୁ ଓହ୍ଲାଇଥିଲେ। ଏହା ପରେ ମାଓବାଦୀଙ୍କ ଆଖିବୁଜା ଗୁଳିମାଡରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସଂଯୁକ୍ତା।

Comment