ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ଟି ଶିକ୍ଷାନୁଷ୍ଠାନରେ ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ। କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ କଟକର ମଧୁସୂଦନ ଲ’ କଲେଜ, ଭଦ୍ରକର ଧାମନଗର କଲେଜ, ବାଲେଶ୍ୱରର ନୀଳଗିରି କଲେଜ, କେନ୍ଦୁଝରର କୁଶଳେଶ୍ୱର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, କାକଟପୁରର ମଙ୍ଗଳା କଲେଜରେ ନିର୍ବାଚନ ବାତିଲ କରାଯାଇଛି।

“କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଛି। ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଛାତ୍ର ଅଶାନ୍ତି କମୁନି। ଏହାକୁ ଦୃଷ୍ଟିରେ ରଖି ଆମେ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ”, କହିଛନ୍ତି ରେଭେନ୍ସା ଭିସି ଇଶାନ ପାତ୍ର।

ନୀଳଗିରି ଓ ଧାମନଗର କଲେଜରେ ଛାତ୍ର ଅଶାନ୍ତି ଦେଖାଦେବାରୁ କଲେଜକୁ ସାଇନ-ଏ-ଡାଏ ଘୋଷଣା କରାଯାଇଛି।

ଏହା ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି। ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comment