ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

- ଗଞ୍ଜାମରେ ମାରାଥନ ପ୍ରଚାର
- ପ୍ରଥମ ଥର ପାଇଁ ହାଇଟେକ ବସରେ ପ୍ରଚାର
- ୬୦ କିଲୋମିଟର ରୋଡ ସୋ’
- ରୋଡ ସୋ’ରେ ସାମିଲ ହେଲେ ହଜାର ହଜାର ସମର୍ଥକ
- ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ
(ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ) :୨୦୧୯ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହାଇଟେକ ପ୍ରଚାର କରିଛନ୍ତିା ହାଇଟେକ ବସରେ ଯାଇ ନବୀନ ବ୍ରହ୍ମପୁରରେ ୬୦ କିଲୋମିଟର ରୋଡ ସୋ’ କରିଛନ୍ତିା
ବ୍ରହ୍ମପୁର କନିଷିଠାରୁ ଆରମ୍ଭ ହୋଇଥିବା ରୋଡ ସୋ’ ଗୋଷାଣୀ ନୂଆଗାଁ, ଗିରି ରୋଡ, ଖଲ୍ଲିକୋଟ କଲେଜ, ଗାନ୍ଧି ନଗର, ଆସିକା ରୋଡ, ଇଞ୍ଜିନିୟରିଂ ସ୍କୁଲ, ଆମ୍ବପୁଆ ବାଟ ଦେଇ ଛତ୍ରପୁର, ରମ୍ଭା ପର୍ଯ୍ୟନ୍ତ ଯାଇଥିଲା ରୋଡ ସୋ’।
ଏହି ରୋଡ ସୋ’ରେ ଗଞ୍ଜାମ ଜିଲ୍ଲାର ଲୋକସଭା ଏବଂ ବିଧାନସଭା ଆସନର ବିଜେଡି ପ୍ରାର୍ଥୀମାନେ ସାମିଲ ହୋଇଥିଲୋ ବିଭିନ୍ନ ଛକ ଜାଗାରେ ବସ୍ ଅଟକୁଥିଲା ଏବଂ ନବୀନ ଓଡ଼ିଆରେ ଭାଷଣ ଦେଉଥିଲୋ ନବୀନ ବସ୍ ଭିତରୁ ବାହାରକୁ ଆସୁ ନଥିଲୋ ହୋଇଡ୍ରୋଲିକ୍ ମେସିନ ସହାୟତାରେ ନବୀନ ବସର ଛାତ ଉପରକୁ ବାହାରି ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲୋ
ଭୁବନେଶ୍ୱରରୁ ନବୀନ ହେଲିକପ୍ଟରରେ ବ୍ରହ୍ମପୁର ଯାଇଥିଲୋ କନିଷିଠାରେ ଆୟୋଜିତ ସାଧାରଣ ସଭାରେ ନବୀନ କେନ୍ଦ୍ରର ବିଜେପି ସରକାରକୁ ଆଟାକ୍ କରିଥିଲୋ ସେ କହିଥିଲେ, ‘‘ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ’ ପରିବାରା ସେମାନଙ୍କ ସୁଖ ଦୁଃଖରେ ମୁଁ ରହିଥିଲି ଏବଂ ଆଗକୁ ମଧ୍ୟ ରହିବିା ଓଡ଼ିଶାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛିା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ହୋଇଛିା ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତିା ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତିା ଆଉ ୨୦ ଲକ୍ଷ ଚାଷୀଙ୍କୁ ଯୋଡ଼ିବା ପାଇଁ ତାଲିକା କରାଯାଇଛିା ବିରୋଧୀ ଏହାର ସମାଲୋଚନା କରୁଛନ୍ତି, ଚାଷୀଭାଇମାନେ ନିର୍ବାଚନରେ ଏହାର ଜବାବ ଦେବୋ’’
କନିଷି ସାଧାରଣ ସଭା ପରେ ନବୀନ ହାଇଟେକ ବସରେ ବସି ନିର୍ବାଚନ ପ୍ରଚାର କରିଥିଲୋ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ନବୀନ।


















