ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଥଣ୍ଡା, ସର୍ଦ୍ଦିକୁ ନେଇ ଏକ ଛୋଟ ସମସ୍ୟା ହୋଇଥିଲେ ଢ଼ଧ୍ୟ ଏହାକୁ ନେଇ ଅନେକ ଚିନ୍ତାରେ ଥା’ନ୍ତି। ହେଲେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କିଛି ଖାଦ୍ୟ ଆପଣେଇ ପାରିବେ।

ମସୁର ଡାଲି:

ମସୁର ଡାଲି ଥଣ୍ଡା କାଟିଥାଏ ବୋଲି କୁହାଯାଏ। ଏଡଇ ଡାଲି ଶରୀରକୁ ଆବଶ୍ୟକୀୟ ଉଷ୍ମତା ପ୍ରଦାନ କରିଥାଏ। ତେଣୁ ମସୁର ଡାଲିକୁ ଖାଦ୍ୟରେ ସାମିଲ କରନ୍ତୁ। ଡାଲି ଭଲ ଲାଗୁନଥିଲେ ଏହାକୁ ବରା ଭାବେ ଛାଣି ମଧ୍ୟ ଖାଇପାରିବେ।

କମଳା:

କମଳାରେ ପ୍ରଚୁର ପରିମାଣର ଭିଟାମିନ୍ ସି’ଏବଂ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ। ଯାହାକି ଥଣ୍ଡା ସମେତ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ। କମ୍ ପାଣି ପିଉଥିବା ଲୋକଙ୍କ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଏ।  କମଳାରେ ଥିବା ଜଳୀୟ ଅଂଶ ଏହାକୁ ପୂରଣ କରିଥାଏ। ତେଣୁ ଦିନକୁ ଅତି କମ୍‌ରେ ଗୋଟିଏ କମଳା ଖାଇବାକୁ ଅଭ୍ୟାସ କରନ୍ତୁ।

ବିଭିନ୍ନ ପନିପରିବାର ସୁପ୍ ପିଇବା ଦ୍ୱାରା ଶରୀର ଆବଶ୍ୟକୀୟ ମାତ୍ରାରେ ପ୍ରୋଟିନ୍ ପାଇଥାଏ।  ଏହି ପ୍ରୋଟିନ୍ ହିଁ ଥଣ୍ଡା ରୋଗରୁ ବ୍ୟକ୍ତିକୁ ରକ୍ଷା କରିଥାଏ ।

ଗ୍ରୀନ୍ ଟି:

ସବୁଦିନେ ପିଉନଥିଲେ ମଧ୍ୟ ସମୟ ସମୟରେ ଗ୍ରୀନ ଟି’କୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିବାକୁ ଯଥାସାଧ୍ୟ ପ୍ରୟାସ କରନ୍ତୁ। ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଶରୀରକୁ ତାଜା ରଖିବ।

ତୁଳସୀ, ବେଲପତ୍ର:

ଥଣ୍ଡାଜନିତ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ପ୍ରତିଦିନ ତୁଳସୀ ପତ୍ର, ବେଲପତ୍ରକୁ ଖାଇବାକୁ ଭୁଲନ୍ତୁ ନାହିଁ । କଞ୍ଚା ଖାଇନପାରିଲେ ବାଟି ପିଇହେବ।

ଅଦା, ରସୁଣ:

ଅଦା , ରସୁଣରେ ପ୍ରଚୁର ରୋଗ ପ୍ରତିରୋଧକ ଶକ୍ତି ରହିଥାଏ। ତା ଛଡ଼ା ଥଣ୍ଡା ରୋଗରୁ ମଧ୍ୟ ଏହା ମୁକ୍ତିପ୍ରଦାନ କରିଥାଏ। ତେଣୁ ଖାଦ୍ୟରେ ଏ ଦୁଇଟି ଯାକ ଜିନିଷକୁ ସାମିଲ କରନ୍ତୁ।

ମହୁ:

ଥଣ୍ଡାଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ ମହୁ ଖାଆନ୍ତଉ। ତୁଳସୀପତ୍ର ରସ ସହିତ ମହୁ ମିଶାଇ ନିୟମିତ ସେବନ କଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ।

ବାଦାମ:

ବାଦାମରେ ମଧ୍ୟ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ । ତେଣୁ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ।

Comment