ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
- ବ୍ରହ୍ମପୁର କନିଷିରୁ ପ୍ରଚାର ଆରମ୍ଭ କଲେ ନବୀନ
- କେନ୍ଦ୍ରକୁ ସିଧାସଳଖ ଆକ୍ରମଣ
- ବ୍ରହ୍ମପୁରରେ ରୋଡ ସୋ’ କଲେ ବିଜେଡି ସୁପ୍ରିମୋ
- ଓଡ଼ିଶାବାସୀ ମୋ’ ପରିବାର – ନବୀନ
‘‘୨୦୧୪ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା? ୧୦ କୋଟି ଚାକିରି କୁଆଡ଼େ ଗଲା? ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତିଶ୍ରୁତି କୁଆଡ଼େ ଗଲା? ଏସସି, ଏସଟି ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ କାହିଁକି ବନ୍ଦ କରାଗଲା? ସୀତାପାଲ୍ଲୀ ରେଲଓ୍ୱେ ଓ୍ୱାଗନ କାରଖାନା କୁଆଡ଼େ ଗଲା? କୁଆଡ଼େ ଗଲା ମହିଳା ସଂରକ୍ଷଣ ବିଲ୍? ଫାଇଲିନ୍, ହୁଡହୁଡ ଏବଂ ତିତିଲି ବେଳେ କୋଉଠି ଥିଲେ?’’
ବ୍ରହ୍ମପୁର କନିଷି ସଭାରୁ ଏମିତି ଢଙ୍ଗରେ କେନ୍ଦ୍ରର ବିଜେପି ସରକାରଙ୍କୁ ଆଟାକ୍ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକା ଆଜି ଅପରାହ୍ନରୁ ନବୀନ ଗଞ୍ଜାମ ଜିଲ୍ଲାରୁ ମାରାଥନ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତିା ବ୍ରହ୍ମପୁର, ଛତ୍ରପୁର ଏବଂ ଗୋପାଳପୁରରେ ପ୍ରଚାର କରି ନବୀନ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତିା
ନବୀନ କହିଛନ୍ତି, ‘‘ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ’ ପରିବାରା ସେମାନଙ୍କ ସୁଖ ଦୁଃଖରେ ମୁଁ ରହିଥିଲି ଏବଂ ଆଗକୁ ମଧ୍ୟ ରହିବିା ଓଡ଼ିଶାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛିା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ହୋଇଛିା ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତିା ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତିା ଆଉ ୨୦ ଲକ୍ଷ ଚାଷୀଙ୍କୁ ଯୋଡ଼ିବା ପାଇଁ ତାଲିକା କରାଯାଇଛିା ବିରୋଧୀ ଏହାର ସମାଲୋଚନା କରୁଛନ୍ତି, ଚାଷୀଭାଇମାନେ ନିର୍ବାଚନରେ ଏହାର ଜବାବ ଦେବୋ’’
ନବୀନ ଆଜି ବ୍ରହ୍ମପୁରର କନିଷିଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତିା କନିଷିଠାରେ ସଭା କରିବା ପରେ ନବୀନ ବ୍ରହ୍ମପୁରରେ ରୋଡ ସୋ’ କରିଥିଲୋ ହାଇଟେକ୍ ବସରେ ନବୀନ ପ୍ରଚାର କରିଥିଲୋ ଏହି ପ୍ରଚାରରେ ଗଞ୍ଜାମ ଜିଲ୍ଲାର ବିଜେଡି ପ୍ରାର୍ଥୀମାନେ ସାମିଲ ହୋଇଥିଲୋ ହଜାର ହଜାର ସମର୍ଥକ ରୋଡ ସୋ’ରେ ସାମିଲ ହୋଇଥିଲୋ