ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମାର୍ଚ୍ଚ ୨୮ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ୪୨ଟି ବିଧାନସଭା ଆସନରେ ମତଦାନ ହେବ।

ଶେଷ ଦିନରେ ବିଧାନସଭା ଆସନ ପାଇଁ ୧୮୬ ପ୍ରାର୍ଥିପତ୍ର ଭରିଛନ୍ତି। ଲୋକସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୯୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୬ଟି ଲୋକସଭା ଆସନ ପାଇଁ ୬୯ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଏପ୍ରିଲ ୨୩ରେ ୬ଟି ଲୋକସଭା ଏବଂ ୪୨ ଟି ବିଧାନସଭା ପାଇଁ ହେବ ମତଦାନ।

ଓଡ଼ିଶାର ୧୪୭ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନ ପାଇଁ ଆସନ୍ତା ୧୧ ତାରିଖରୁ ନିର୍ବାଚନ ଆରମ୍ଭ ହେବ। ଏଥିପାଇଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପ୍ରଚାର ଜୋରସୋରରେ କରୁଛନ୍ତି। ତିନିଟି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଜମୁଛି ପ୍ରଚାର।

Comment