ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାମୁକୋଳି ସ୍ୱାସ୍ଥ୍ୟପାଇଁ ଖୁବ୍ ଉପକାରୀ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ବିଶେଷକରି ମଧୁମେହ ରୋଗୀମାନେ ଜାମୁକୋଳି ଏବଂ ତା’ର ପତ୍ରକୁ ସେବନ କରିବା ଦ୍ୱାରା ସେମାନଙ୍କର ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ।

ଏହା ଖାଦ୍ୟର ଶ୍ୱେତସାରକୁ ଶକ୍ତିରେ ପରିଣତ କରିବାରେ ସହାୟକ ହୋଇଥାଏ। ଯାହାଦ୍ୱାରା କି ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ରୁହେ।

ଜାମୁକୋଳି ମଞ୍ଜିକୁ ମଧ୍ୟ ମଧୁମେହ ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ହଜମ ପ୍ରକ୍ରିୟାରେ ବି ଏହା ସହାୟକ ହୁଏ। ସେହିପରି ସୌନ୍ଦର୍ଯ୍ୟରକ୍ଷାରେ ଜାମୁକୋଳିର ଖୁବ୍ ମହତ୍ୱ ରହିଛି। ଏହାକୁ ସେବନ କରିବା ଦ୍ୱାରା ମୁଖ ବ୍ରଣ, ଦାଗ, ଭଙ୍ଗ ପରି ସମସ୍ୟା ଦୂର ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।

ଏଥିରେ ଥିବା ଭିଟାମିନ୍ ସଂକ୍ରମଣ, ପେଟ ସମ୍ବନ୍ଧୀୟ ସମସ୍ୟା ଏପରିକି କର୍କଟ ରୋଗ ହେବାର ଆଶଙ୍କାକୁ କମାଇଥାଏ।

ଜାମୁକୋଳିରେ କ୍ୟାଲୋରିର ପରିମାଣ ଖୁବ୍ କମ୍ ଥିବାରୁ ଏହାକୁ ଜଳଖିଆ ଭାବେ ବ୍ୟବହାର କଲେ ଉପକାର ମିଳିଥାଏ।

Comment