ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଲା ମାଟ୍ରିକ ମୂଲ୍ୟାୟନ। ମାଟ୍ରିକ୍‌ ଖାତା ଦେଖା ଶେଷ ହୋଇଥିବା ନେଇ ଶକ୍ରବାର ମାଧ୍ୟମିକ ଶିକ୍ଷା ବୋର୍ଡର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ଏଥିସହିତ ଆସନ୍ତା ମାସ ସୁଦ୍ଧା ମାଟ୍ରିକ ଫଳାଫଳ ବାହାରିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ଚଳିତ ବର୍ଷ ମୋଟ ୫ ଲକ୍ଷ ୭୨ ହଜାର ୬୯୯ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ସେହିପରି ୪୪ଟି କେନ୍ଦ୍ରରେ ୩ ହଜାର ୯ ଜଣ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଥିଲେ।

ଖାତା ଦେଖା ସରିବା ପରେ ମୂଲ୍ୟାୟନରେ କୌଣସି ପ୍ରକାର ତୃଟି ରହିନଥିବା ବୋର୍ଡ ସମ୍ପାଦକ ରାମାଶିଷ ହାଜରା କହିଛନ୍ତି। ମେ’ ମାସ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ।

Comment