ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ଲାଲଗଡ଼ରେ ନବୀନଙ୍କ କ୍ୟାମ୍ପେନ୍‌
  • କେନ୍ଦ୍ରକୁ ସିଧାସଳଖ ଆକ୍ରମଣ

କୋରାପୁଟର କାଲିମେଳା ସାଧାରଣ ସଭାରେ ନବୀନ ପଟ୍ଟନାୟକ କେନ୍ଦ୍ରକୁ କରିଛନ୍ତି ଆଟାକ୍‌। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି। କୋରାପୁଟରେ ପ୍ରଚାର କରି ନବୀନ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।

“ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ର ସରକାର। କେବିକେ ଯୋଜନା ବନ୍ଦ କଲା କେନ୍ଦ୍ର। ଗରିବଙ୍କ ପାଇଁ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”, ଏହା କହି ନବୀନ ପଟ୍ଟନାୟକ ସିଧାସଳଖ କେନ୍ଦ୍ରକୁ ଆକ୍ରମଣ କରିଛନ୍ତି।

ନବୀନ କହିଛନ୍ତି, ‘‘ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ’ ପରିବାର। ସେମାନଙ୍କ ସୁଖ ଦୁଃଖରେ ମୁଁ ରହିଥିଲି ଏବଂ ଆଗକୁ ମଧ୍ୟ ରହିବି। ଓଡ଼ିଶାର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛିା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ହୋଇଛିା ରାଜ୍ୟ ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଛନ୍ତିା ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତିା ଆଉ ୨୦ ଲକ୍ଷ ଚାଷୀଙ୍କୁ ଯୋଡ଼ିବା ପାଇଁ ତାଲିକା କରାଯାଇଛିା”

ନବୀନ ଆଜି ଲାଲଗଡ଼ର କାଲିମେଳାରୁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ପ୍ରଚାରରେ ସାଂସଦ ପ୍ରାର୍ଥିୀ ରମେଶ ମାଝି ଓ ବିଧାୟକ ପ୍ରାର୍ଥୀ ମୁକୁନ୍ଦ ସୋଡ଼ିଙ୍କ ସମେତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ।

Comment