ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୧ରେ ହେବ। ଉତ୍ତରପ୍ରଦେଶର ଗାଜିଆବାଦରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବ। ଏଥିପାଇଁ ପ୍ରିୟଙ୍କା ଗାନ୍ଧି ଆଜି ଗାଜିଆବାଦରେ କଂଗ୍ରେସ ପାର୍ଥୀ ଡୋଲି ଶର୍ମାଙ୍କ ସମର୍ଥନରେ ରୋଡ ସୋ କରିବେ। ପ୍ରିୟଙ୍କାଙ୍କ ରୋଡ ସୋ ଦିନ ୩ଟାରୁ ଆରମ୍ଭ ହେବ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ରୋଡ ସୋ ଜାରି ରହିବ।

ରୋଡ ସୋ’ର ଆରମ୍ଭ ପ୍ରସିଦ୍ଧ ଦୁଧେଶ୍ଵରନାଥ ମନ୍ଦିରରୁ ହେବ। ଏହାପରେ ଘଣ୍ଟାଘରରେ ସହିଦ ଭଗତ ସିଂହଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ପ୍ରିୟଙ୍କା। ଏହି ରୋଡ ସୋ ଆମ୍ବେଦକର ପାର୍କରେ ସମାପ୍ତ ହେବ। ଏହାପରେ ଏକ ଜନସଭାରେ ଯୋଗ ଦେବେ ପ୍ରିୟଙ୍କା।

ପ୍ରିୟଙ୍କା ରୋଡ ସୋ ନେଇ ଗୁରୁବାର ଗାଜିଆବାଦସ୍ଥିତ କଂଗ୍ରେସ ଅଫିସ୍‌ରେ ବୈଠକ ହୋଇଥିଲା। ବୈଠକୁ ପରେ ପ୍ରିୟଙ୍କାଙ୍କ ରୋଡ ସୋ ପାଇଁ ପ୍ରସ୍ତୁତି ହୋଇଥିଲା।

Comment