ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ରାଜ୍ୟରେ ଆସନ୍ତା ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ୪ ଲୋକସଭା (କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ନପୁର,କୋରାପୁଟ)ସହ ୨୮ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ହେବ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେବ। ପାଖାପାଖି ୬୦ ଲକ୍ଷ ୩ହଜାର ୭୦୭  ଜଣ ଭୋଟର ପ୍ରଥମ ପର୍ଯ୍ୟାନ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ।

ଏହି ଭୋଟରଙ୍କ ମଧ୍ୟରେ ୨୯,୭୨,୯୨୫ ପୁରୁଷ ଭୋଟର, ୩୦,୩୦,୨୨୨ ମହିଳା ଭୋଟର,୫୬୦ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

ସେହିପରି ୪ଲୋକସଭା ଆସନ ଲାଗି ମୋଟ ୨୬ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୨୮ବିଧାନସଭା ଆସନ ଲାଗି ୧୯୧ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରିବେ।

Comment