ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୁରୀ ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ସମ୍ବିତ ପାତ୍ର ଜୋରଦାର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ପ୍ରଚାର ସମୟରେ କଣାସ ବ୍ଲକର ଆଳିବାଡ଼ି ଗାଁରେ ପଖାଳ ଖାଇଛନ୍ତି ସମ୍ବିତ ପାତ୍ର।

ଆଳିବାଡ଼ି ଗାଁର ରଞ୍ଜିତ ପଲାଇଙ୍କ ଘରେ ସମ୍ବିତ ପାତ୍ର ପଖାଳ ଖାଇଛନ୍ତି। ଡହ ଡହ ଖରାବେଳେ ପଖାଳ ସାଙ୍ଗକୁ ଆଳୁ ସଜନା ଛୁଇଁ ଭଜା, ଶାଗ ଭଜା, ବଡ଼ି ଚୂରା, ପୋଟଳ ଭଜା ଇତ୍ୟାଦି ପରଷି ଦେଇଥିଲେ ରଞ୍ଜିତ ପଲାଇଙ୍କ ସ୍ତ୍ରୀ। ସମ୍ବିତଙ୍କ ସାଥିରେ ପଖାଳ ଖାଇଥିଲେ ସତ୍ୟବାଦୀ ବିଜେପି ବିଧାୟକ ଓମ୍‌ ପ୍ରକାଶ ମିଶ୍ର।

ଗରିବ କୁଡିଆରେ ଆଜି ସମ୍ବିତ ପାତ୍ର ପଖାଳ ଖାଇଥିବା କହି ରଞ୍ଜିତ ପଲାଇଙ୍କ ସ୍ତ୍ରୀ ବହୁତ ଖୁସି ହୋଇଥିଲେ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀ ଲୋକସଭା ଅଧୀନରେ ଆସୁଥିବା ସବୁ ବ୍ଲକର ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି। ଲୋକଙ୍କ ସହ ମିଶି ତାଙ୍କ ସମସ୍ୟା ବାବଦରେ ବୁଝୁଛନ୍ତି।

Comment