ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପାଟନାର ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ଶତ୍ରୁଘ୍ନ କିଛିଦିନ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ। ଯାହାପରେ ସେ ଘୋଷଣା କରିଥିଲେ କି ନବରାତ୍ରୀ ଅର୍ଥାତ ଏପ୍ରିଲ ୬ରେ କଂଗ୍ରେସରେ ସାମିଲ ହେବେ।

ଆଜି କଂଗ୍ରେସ କାର୍ଯ୍ୟାଳୟରେ କେସି ବେଣୁଗୋପାଳ, ଶକ୍ତି ସିଂ ଗୋହିଲ, ରଣଦୀପ ସୁଜେରୱାଲା, ବିହାର କଂଗ୍ରେସର ଅଧ୍ୟକ୍ଷ ମଦନ ମୋହନ ଝା, ଅଖିଳେଶ ସିଂଙ୍କ ଉପସ୍ଥିତିରେ ଶତ୍ରୁଘ୍ନ ବିଧିବଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।

ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହେବାର କିଛି ସମୟ ପୂର୍ବରୁ ଏକ ଟୁଇଟ୍‌ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି କି, “ଦୁଃଖର ସହ ମୁଁ ବିଜେପି ଛାଡ଼ୁଛି।”

ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହେବା ପରେ ଚର୍ଚ୍ଚା ହେଉଛି ଶତ୍ରୁଘ୍ନଙ୍କୁ ପାଟନା ସାହିବ ଲୋକସଭା ଆସନ ଲାଗି କଂଗ୍ରେସ ସାଂସଦ ପ୍ରାର୍ଥୀ କରିପାରେ।

କହି ରଖୁଛୁ ବିଜେପି ଏଥର ପାଟନା ସାହିବ ଆସନ ଲାଗି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ଯେଉଁ ଆସନରୁ ଶତ୍ରୁଘ୍ନ ବିଜେପିର ସାଂସଦ ଥିଲେ। ତେବେ ଦଳ ତାଙ୍କୁ ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ଏପରିକି ତାଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହୋଇଥିଲା। ନିକଟରେ ତାଙ୍କର ଏକ ଟୁଇଟକୁ ନେଇ ଢେର ଚର୍ଚ୍ଚା ହୋଇଥିଲା।

ଯଦି କଂଗ୍ରେସ ଶତ୍ରୁଘ୍ନଙ୍କୁ ସେହି ଆସନରୁ ଟିକେଟ ଦିଏ ତେବେ ଆଗାମୀ ନିର୍ବାଚନରେ ପାଟନା ସାହିବ ଆସନ ଲାଗି ରବିଶଙ୍କର ପ୍ରସାଦ ବନାମ ଶତ୍ରୁଘ୍ନ ସିହ୍ନା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

Comment