ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶେଷରେ ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ଦଳ ଟିକେଟ ଦେଇଛି।

ସରୋଜିନୀ ବର୍ତ୍ତନ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୦୯ରେ ସେ ବାଙ୍ଗିରିପୋଷି ବିଧାନସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ। ଏହାସହ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।

ଏପ୍ରିଲ ୨୯ରେ ବାରିପଦାରେ ନିର୍ବାଚନ ହେବ। ବିଜେଡି ପକ୍ଷରୁ ପ୍ରାୟ ସବୁ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଥିଲା। କିନ୍ତୁ ବାରିପଦା ପାଇଁ ପ୍ରାର୍ଥୀ ଘୋଷଣା ହୋଇ ନଥିଲା। ଶେଷରେ ସରୋଜିନୀଙ୍କ ଉପରେ ନବୀନ ଭରସା କରିଛନ୍ତି।

Comment