ଓଡ଼ିଶାଲାଇଭ୍ ବ୍ୟୁରୋ
ଡିଜିପି ଆର୍ ପି ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଡିଜିପିଙ୍କ ପତ୍ନୀ ଦୀର୍ଘଦିନରୁ ଅସୁସ୍ଥ ଥିଲେ। ରବିବାର ସକାଳୁ ତାଙ୍କର ମୃତ୍ୟୁ ଘଟିଛି।
ପୂର୍ବରୁ ସେ ଭୁବନେଶ୍ଵର କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତିନି ଦିନ ତଳେ ତାଙ୍କୁ ଦିଲ୍ଲୀର ଗଙ୍ଗରାମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ତାଙ୍କର ଦୁଇ ଝିଅ ଅଛନ୍ତି। ମାର୍ଚ୍ଚ ୯ରେ ଡିଜିପି ଓ ତାଙ୍କ ପତ୍ନୀ ବିବାହ ବାର୍ଷିକୀ ପାଳନ କରିଥିଲେ।


















