ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପି ବିରୋଧରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏତଲା ଦେଇଛି ବିଜେଡି। ଏତଲାରେ ବିଜେଡି ଦର୍ଶାଇଛି ଯେ ବିଜେପି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଛି।
ବିଜେଡି ଅଭିଯୋଗ କରିଛି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ହେଲେ ତାହା ରକ୍ଷା କରିନି ବିଜେପି।
ଏବେ ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିଛି ବିଜେପି। ହେଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ବାଦ୍ ଦିଆଯାଇଛି। ଓଡ଼ିଶାବାସୀଙ୍କ ସହ ବିଜେପି ପ୍ରତାରଣା କରିଥିବା ଅଭିଯୋଗ ଆଣି ବିଜେଡି ପ୍ରତିନିଧି ଦଳ ଖାରବେଳ ନଗର ଥାନାରେ ଏତଲା ଦେଇଛି।
ଏହି ପ୍ରତିନିଧି ଦଳରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ପ୍ରମୁଖ ସାମିଲ ହୋଇଥିଲେ।


















