ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୫ ଦିନ ଧରି କାଳବୈଶାଖୀ ଲାଗି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ସତର୍କ ସୂଚନା ଜାରି କରିଛି। ଘଡ଼ଘଡ଼ି ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ୧୦ ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରଯାଇଛି।

ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼। ସୋମବାର ସକାଳୁ ରାଜ୍ୟର କେତେକ ସ୍ଥାନରେ ମେଘୁଆ ପାଗ ରହିବା ସହିତ ଝିପ୍‌ଝିପ୍‌ ବର୍ଷା ହୋଇଛି।

ତେବେ କାଳବୈଶାଖୀ ପ୍ରଭାବରେ କମ୍‌ ରହିବ ତାପମାତ୍ରା। ୫ ଦିନରେ ପରେ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା।

Comment