ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ ମଝିରେ ଗୋଟିଏ ଦିନ ବାକିଥିବା ବେଳେ ପ୍ରଚାର ଏବେ ଜୋରସୋରରେ ଚାଲିଛି।

ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଆଜି କଳହାଣ୍ଡି ଜିଲ୍ଲା ଗସ୍ତ କରି ଜୟପାଟଣା ବ୍ଲକରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି।

ନବୀନ ଏଠାରେ ବି କେନ୍ଦ୍ର ଉପରେ ବର୍ଷିଛନ୍ତି। ଏହାସହିତ ବିଜେଡି ଲାଗି ଭୋଟ ପ୍ରଚାର କରିଛନ୍ତି। ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ନବୀନ ଆହ୍ୱାନ ଦେଇଛନ୍ତି।

କେନ୍ଦ୍ରକୁ ଟାର୍ଗେଟ କରିବା ଢଙ୍ଗରେ ନବୀନ କହିଛନ୍ତି ମା ମାନେ ହିଁ ପ୍ରକୃତରେ ବିକାଶର ଡବଲ ଇଞ୍ଜିନ୍‌।

“ବିଜେଡି ସରକାର ଇସ୍ତାହାରରେ ବି ମହିଳାଙ୍କୁ ଗୁରୁତ୍ୱ ଦେଇଛି। କେଜିରୁ କଲେଜ, ମେଡିକାଲରୁ ଇଞ୍ଜିନିୟରିଂ ସବୁ ମାଗଣା।” କହିଛନ୍ତି ବିଜେଡି ସଭାପତି

ଏହା ସହିତ ବିଜେପିକୁ ପ୍ରଶ୍ନବାଣରେ ଘେରିଛନ୍ତି ନବୀନ, “ଧାନର ସହାୟକ ମୂଲ୍ୟ ଦୁଇଗଣ କୁଆଡ଼େ ଗଲା? SC,STପିଲାଙ୍କ ସ୍କଲାରସିପ୍‌ କାହିଁକି ଅଟକାଗଲା? ପ୍ରତିଜମିକୁ ପାଣିର ପ୍ରତିଶ୍ରୁତି କୁଆଡ଼େ ଗଲା?”

Comment