ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କୁ ନେଇ ରବି ଆଜି ପଦ୍ମ ଧରିଛନ୍ତି। ଗତ ରବିବାର ଦିନ ରବି ବିଜେଡିରୁ ଇସ୍ତଫା ଦେଇଥିଲେ।

ପାଲଲହଡ଼ାରୁ ବିଜେଡି ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ହୋଇ ରବି ଦଳରୁ ଇସ୍ତଫା ଦେଇଥିଲେ।

୨୦୦୯ ଓ ୨୦୧୪ ନିର୍ବାଚନରେ ରବି ପାଣି ପାଲଲହଡ଼ା ଆସନରୁ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ରବି ପଦ୍ମ ଧରିଛନ୍ତି।

Comment