ଓଡ଼ିଶାଲଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା। ରାଜ୍ୟମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡ଼ିଛନ୍ତି। ସେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଲାଗି ସେ ଦଳ ଛାଡ଼ିଲେ।

ଏ ସହିତ ସେ ନିଜ ଇସ୍ତଫା ପତ୍ରରେ ଅନେକ କିଛି କଥା ଉଲ୍ଲେଖ କରିଛନ୍ତି ସେ କହିଛନ୍ତି, ”ମୁଁ ୧୨ବର୍ଷ ହେବ କଂଗ୍ରେସ ସହ କାମ କରିଆସୁଛି। ଦଳ ଏଥର କଂଗ୍ରେସର ପତାକା ଧରିନଥିବା ଓ ଦଳରେ ପ୍ରାଥମିକ ସଦସ୍ୟ ନଥିବା ବ୍ୟକ୍ତିଙ୍କୁ ଘରୁ ଡାକି ଟିକେଟ ଦେଇଛି।”

”ମୁଁ ଭଦ୍ରକ ଲାଗି ଆଶାୟୀ ଥିଲା। ମତେ ସେଠାରୁ ନଲଢ଼ିବା ଲାଗି ଧମକ ଦିଆଗଲା। ଏପରିକି ପିସିସି ସଭାପତିଙ୍କ ଦ୍ୱାରା ପ୍ରାୟୋଜିତ ଭାବେ ମୋ ଉପରେ ଆକ୍ରମଣ କରାଗଲା। ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପରିବାରବାଦ ରାଜନୀତିକୁ ବିରୋଧ କରିବି ଏବଂ ତାଙ୍କ ମହିଳା ବିରୋଧୀ ମାନସିକତା ବିରୋଧରେ ଲଢେଇ ଜାରି ରଖିବି।” ଏପରି କହିଛନ୍ତି ସୁମିତ୍ରା ଜେନା

Comment