ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ। ୪ଲୋକସଭା ଲାଗି ୨୮ଜଣ ପ୍ରାର୍ଥୀ ଓ ୨୮ବିଧାନସଭା ଲାଗି ୧୯୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପୁଲିଂ ବୁଥରେ କର୍ମଚାରୀମାନେ ବି ପହଞ୍ଚୁଛନ୍ତି। ଏଥର ପାଖାପାଖି ୬୦ଲକ୍ଷରୁ ଅଧିକ ଭୋଟର  ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ମୋଟ ୭୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି। ଏଥର ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୧୦୩୩୦୭। ଏମାନଙ୍କ ଲାଗି ପ୍ରଥମଥର ଓଡ଼ିଶାରେ ବ୍ରେଲ ବାଲଟ ପେପର ବ୍ୟବସ୍ଥା କରାଯାଇଛି।

ନିର୍ବାଚନ ଲାଗି ୪୭୮୦୫ କର୍ମଚାରୀ ନିୟୋଜିତ ହେବେ। ୨୩୭୫ ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ ହୋଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇିଛି। ଏହାସହିତ ପୋଲିଂ କର୍ମଚାରୀଙ୍କ ସୁରକ୍ଷାଲାଗି ୨ଟି (ଏମଆଇ-୧୭) ହେଲିକେପ୍ଟର ବ୍ୟବହାର ହେବ।

ନିର୍ବାଚନ କମିଶନଙ୍କ ସୂଚନାନୁସାରେ ମାଓଉପଦ୍ରବ ଅଞ୍ଚଳ ମାନଙ୍କରରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ମତଦାନ ହେବ ଏବଂ ବାକି ସ୍ଥାନରେ ସଂଧ୍ୟା ୬ଟା ଯାଏ ମତଦାନ ହେବ।

Comment