ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ହାଇଟେକ ବସରେ ବସି ନିର୍ବାଚନୀ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ହାଇଟେକରେ ବସରେ ବସି ନବୀନ ନିର୍ବାଚନୀ ପ୍ରଚାର କରିଛନ୍ତି।
ନବୀନ ଚଳିତ ନିର୍ବାଚନରେ ୧୫୦ ଜନସଭା ଓ ହଜାରେ କିଲୋମିଟରର ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।
ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଲୋକସଭା ଆସନରେ ନିର୍ବାଚନ ହେବ। ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଲାଗି ନବୀନ ଆଜି ହେମଗିରିରେ ପହଞ୍ଚିଥିଲେ। ହେମଗିରିରେ ନବୀନ ନିର୍ବାଚନୀ ସଭା କରିବା ସହ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିଲେ।
ହେମଗିରିରେ ସଭା ସାରି ନବୀନ ରଘୁନାଥପାଲ୍ଲିରେ ପହଞ୍ଚିଥିଲେ। ନବୀନ ହାଇଟେକ ବସରେ ବସି ଆଗେ ଆଗେ ଯାଉଥିବା ବେଳେ ପଛରେ କର୍ମୀମାନେ ବାଇକରେ ଯାଉଥିଲେ। ବିଭିନ୍ନ ଛକରେ ହାଇଟେକ ବସ୍ ଅଟକୁ ଥିଲା ଏବଂ ନବୀନ ଭୋଟରଙ୍କୁ ଦେଉଥିଲେ ଉଦବୋଧନ।
ଏହା ପୂର୍ବରୁ ନବୀନ ବ୍ରହ୍ମପୁର, ଭବାନିପାଟଣାରେ ହାଇଟେକ ବସରେ ନିର୍ବାଚନୀ ପ୍ରଚାର କରିଥିଲେ।








ହାଇଟେକ ବସରେ ବସି ନିର୍ବାଚନୀ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।









