ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଆମେଥି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ମା ସୋନିଆଙ୍କ ସହ ତାଙ୍କର ପୂରା ପରିବାର ରାହୁଲଙ୍କ ସହ ଉପସ୍ଥିତ ଥିଲେ।
ପ୍ରିୟଙ୍କା ନିଜ ସ୍ୱାମୀ ରବର୍ଟ ଭଦ୍ରା ଓ ଦୁଇ ପିଲାଙ୍କ ସହ ପହଞ୍ଚିଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ରାହୁଲ ଏକ ବିରାଟ ରୋଡ ସୋ କରିଥିଲେ।
ଆମେଥିରେ ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ୍ ମେ ୬ରେ ମତାଦାନ ହେବ।
ଏହା ପୂର୍ବରୁ ରାହୁଲ କେରଳର ୱାୟନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ସେଠାରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ଗୁରୁବାର ମତଦାନ ହେବ।
ଅମେଥି କଂଗ୍ରେସର ଗଡ଼ ରହିଛି। ରାହୁଲ ଏହି ଆସନରୁ ୩ଥର ନିର୍ବାଚିତ ହୋଇଛନ୍ତି। ୨୦୦୪, ୨୦୦୯ ଏବଂ ୨୦୧୪ରେ ରାହୁଲ ଏହି ଆସନରୁ ବିଜୟୀ ହୋଇଛନ୍ତି।
ଏଥର ତାଙ୍କ ବିପକ୍ଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ନିର୍ବାଚନ ଲଢ଼ୁଛନ୍ତି।


















