ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆସନ୍ତାକାଲି ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ସେଥିଲାଗି ନିର୍ବାଚନର ୪୮ଘଣ୍ଟା ଆଗରୁ ପ୍ରଚାର ଶେଷ ହୋଇଛି।

ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଶେଷଦିନରେ କଳହାଣ୍ଡି ଓ ନର୍ଲାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ ପ୍ରଚାର କରିବା ପରେ ଆଜିଠୁ ବାକି ପର୍ଯ୍ୟାୟ ଲାଗି ପ୍ରଚାର ଆରମ୍ଭ କରିବେ।

ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ଓ ରଘୁନାଥପାଲିରେ ନବୀନ ଆୟୋଜିତ ହେବାକୁ ଥିବା ରୋଡ ଶୋରେ ଯୋଗ ଦେବେ।

ଏହାସହିତ ନବୀନ ରାଉରକେଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେଡି ସଭାପତିଙ୍କ ଗସ୍ତ ଲାଗି ପ୍ରାର୍ଥୀ, ସମର୍ଥକ ଓ ଶୁଭେଛୁ ଉତ୍ସାହିତ ଅଛନ୍ତି।

Comment