ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସକାଳ ୭ଟାରୁ ୪ଲୋକସଭା ସହ ୨୮ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ନୂଆପଡ଼ାରେ ଏ ଯାଏଁ ୨୫ ପ୍ରତିଶତ ମତଦାନ ହୋଇଥିବା ଉପଜିଲ୍ଲାପାଳ ତରୁଣୀ ସେନା ସୂଚନା ଦେଇଛନ୍ତି।

ନୂଆପଡ଼ାରେ ଏଥର ନିର୍ବାଚନ ମଇଦାନରେ ଅନେକ ହେଭିୱେଟ ଅଛନ୍ତି। ମୋଟ ୬୦୩ଟି ବୁଥରେ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି।

୬୦୩ ବୁଥରୁ ୧୩୩ଟି ସମ୍ବେଦନଶୀଳ ଓ ୬୮ଟି ଅତି ସମ୍ବେଦନଶୀଳ ବୁଥ ରହିଛି। ସେହିସବୁ ବୁଥରେ ୪ଟା ଯାଏଁ ଭୋଟଗ୍ରହଣ ହେବ।

ନୂଆପଡ଼ା, ଖରିଆର ରୋଡ ଓ ଖରିଆରରେ ୧୭ଟି ପିଙ୍କ ବୁଥରେ ମହିଳାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଆଦର୍ଶ ବୁଥ ୫ଟି ଓ ଭିନ୍ନକ୍ଷମଙ୍କ ପାଇଁ ଡୁମେରପାଣି ପଞ୍ଚାୟତରେ ଗୋଟିଏ ବୁଥ କରାଯାଇଛି ଯେଉଁଠି ବ୍ରେଲ ବାଲାଟ ପେପର ଜରିଆରେ ଭିନ୍ନକ୍ଷମମାନେ ଭୋଟ ଦେଉଛି।

Comment