ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଗୁରୁବାର ରାୟବରେଲୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସାଙ୍ଗରେ ଝିଅ ପ୍ରିୟଙ୍କା ଗାନ୍ଧି, ପୁଅ ରାହୁଲ ଗାନ୍ଧି ରହିଥିଲେ।

ପ୍ରାର୍ଥିପତ୍ର ଦାଖଲ ପରେ ପ୍ରିୟଙ୍କା ଏକ ଟୁଇଟ କରିଛନ୍ତି। ରାଜନୀତିର ଲକ୍ଷ୍ୟ ଲୋକଙ୍କ ସେବା ଏବଂ ସମର୍ପଣ ଅଟେ  ଯାହାକୁ ବି ଏହି ସୁଯୋଗ ମିଳୁଛି ସେମାନେ ଜନତାଙ୍କୁ ଧନ୍ୟବାଦ ଦେବା ଦରକାର ବୋଲି ପ୍ରିୟଙ୍କା ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି।

ପ୍ରିୟଙ୍କା ଟୁଇଟରରେ ଏକ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଏଥିରେ ସୋନିଆ ଜିଲ୍ଲାଅଧିକାରୀଙ୍କୁ ନିଜ ପ୍ରାର୍ଥିପତ୍ର ଦେଉଥିବା ନଜର ଆସିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସୋନିଆ ରାୟବରେଲୀରେ ମେଗା ରୋଡ ସୋ କରିଥିଲେ।

ସୋନିଆ ଏହି ଆସନରୁ ୪ ଥର ନିର୍ବାଚିତ ହୋଇଛନ୍ତି। ଏହି ଆସନରେ ଚଳିତ ଥର ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ ମେ ୬ରେ ନିର୍ବାଚନ ହେବ।

Comment