ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି। ୪ ଲୋକସଭା (କଳାହାଣ୍ଡିନବରଙ୍ଗପୁରବ୍ରହ୍ନପୁର,କୋରାପୁଟ)ସହ ୨୮ ବିଧାନସଭା ଆସନ ଲାଗି ଭୋଟ ଦେଉଛନ୍ତି ଭୋଟର।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେଉଛି। ପାଖାପାଖି ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ପ୍ରଥମ ପର୍ଯ୍ୟାୟ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ।

ଏହି ଭୋଟରଙ୍କ ମଧ୍ୟରେ ୨୯,୭୨,୯୨୫ ପୁରୁଷ ଭୋଟର୩୦,୩୦,୨୨୨ ମହିଳା ଭୋଟର, ୫୬୦ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୧୦୩୩୦୭

ସେହିପରି ୪ଲୋକସଭା ଆସନ ଲାଗି ମୋଟ ୨୬ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୨୮ବିଧାନସଭା ଆସନ ଲାଗି ୧୯୧ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି

ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ୪୭୮୦୫ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୨୩୭୫ ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଚିହ୍ନଟ ହୋଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇିଛି। ଏହାସହିତ ପୋଲିଂ କର୍ମଚାରୀଙ୍କ ସୁରକ୍ଷାଲାଗି ୨ଟି (ଏମଆଇ-୧୭) ହେଲିକେପ୍ଟର ବ୍ୟବହାର ହେବ।

Comment