ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

କଳହାଣ୍ଡି ଲୋକସଭା ଆସନ ଲାଗି ବିଜେପିର ପ୍ରାର୍ଥୀ ଥିବା ବସନ୍ତ ପଣ୍ଡା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଆସି ଭୋଟ ଦେଇଛନ୍ତି। ଭୋଟ ଦେବାପରେ ସମସ୍ତେ ଗଣତନ୍ତ୍ରର ଏହି ଉତ୍ସବରେ ସାମିଲ ହୋଇ ଭୋଟ ଦିଅନ୍ତୁ ବୋଲି ଅପିଲ କରିଛନ୍ତି।

ଏହି ଲୋକସଭା ଆସନରୁ ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ, କଂଗ୍ରେସର ଭକ୍ତ ଚରଣ ଦାସ ଏବଂ ବିଜେପିର ବସନ୍ତ ପଣ୍ଡା ପ୍ରାର୍ଥୀ ଅଛନ୍ତି। ଏହି ତିନି ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ୍‌ ହେବ। ତେବେ ତିନି ହେଭିୱେଟଙ୍କ ମଧ୍ୟରୁ ଭୋଟର କାହାକୁ ବାଛୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

LEAVE A REPLY

Please enter your comment!
Please enter your name here