ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ଓଡ଼ିଶା ସମେତ ଅନ୍ୟ ତିନୋଟି ରାଜ୍ୟରେ ଚାଲିଛି ଭୋଟିଂ। ଓଡ଼ିଶାରେ ୪ ଲୋକସଭା ସହ ୨୮ବିଧାନସଭା ଆସନ ଲାଗି ମତଦାନ ହେଉଛି।

ଓଡ଼ିଶା ବ୍ୟତିତ ଆନ୍ଧ୍ର ପ୍ରଦେଶ, ସିକିମ୍, ଅରୁଣାଚଳ ପ୍ରଦେଶରେ ମଧ୍ୟ ନିର୍ବାଚନ ଆରମ୍ଭ ହୋଇଛି। ତେବେ ଏହି ସବୁ ଆସନରେ ଗୋଟିଏ ପର୍ଯ୍ୟାୟରେ ହିଁ ନିର୍ବାଚନ ସରିବ। ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ଏହି ସବୁ ରାଜ୍ୟରେ ଚାଲିଛି ନିର୍ବାଚନ।

ଆନ୍ଧ୍ରପ୍ରଦେଶରେ ୧୭୫ ବିଧାନସଭା ଆସନ ଓ ୨୫ ଲୋକସଭା ଆସନ ଲାଗି ମତଦାନ ହେଉଛି।

ସେହିପରି ଅରୁଣାଚଳ ପ୍ରଦେଶରେ ୬୦ବିଧାନସଭା ଆସନ ସହ ୨ ଲୋକସଭା ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ସରିବ।

ସିକିମ୍‌ରେ ମୋଟ ୩୨ବିଧାନସଭା ଆସନ ରହିଥିବା ବେଳେ ଗୋଟିଏ ଲୋକସଭା ଆସନ ରହିଛି। ଯେଉଁଠି ଏବେ ମତଦାନ ଚାଲିଛି।

ଆନ୍ଧ୍ର ପ୍ରଦେଶ, ସିକିମ୍, ଅରୁଣାଚଳ ପ୍ରଦେଶରେ କେଉଁ ଦଳ ସରକାର ଗଢ଼ିବ। କାହା ସପକ୍ଷରେ ଜନମତ ଜାଉଛି, ତାହା ମେ୨୩ରେ ହିଁ ସ୍ପଷ୍ଟ ହେବ।

Comment