ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।

୪ ଲୋକସଭା ସହ ୨୮ବିଧାନସଭା ଆସନରେ ଲାଗି ଜନତା ଜନାର୍ଦ୍ଦନ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ମାଓପ୍ରବଣ ଅଞ୍ଚଳରେ ୨ଘଣ୍ଟା ପୂର୍ବରୁ ମତଦାନ ସରିବ। ସେହିପରି ବାକି ବୁଥରେ ସଂଧ୍ୟା ୬ଟା ଯାଏଁ ଭୋଟ ହେବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ବେଦନଶୀଳ ବୁଥମାନଙ୍କରେ ସକାଳ ୭ଟାରୁ ସଂଧ୍ୟା ୪ଟା ଯାଏଁ ମତଦାନ ହେବ। ଅନ୍ୟସବୁ ଆସନରେ ସଂଧ୍ୟା ୬ଟା ଯାଏଁ ମତଦାନ ହୋଇଥାଏ।

ସମ୍ବେଦନଶୀଳ ବୁଥରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ। ଏହାସହିତ ଏହିସବୁ ବୁଥମାନଙ୍କର ମତଦାନ ଚାଲୁଥିବା ସମୟରେ ସ୍ଥିତିର ସମୀକ୍ଷା କରିବେ ବରିଷ୍ଠ ପୋଲିସ ଅଧିକାରୀ।

୪ ଲୋକସଭା ଆସନ ମଧ୍ୟରୁ କଳାହାଣ୍ଡି ଲୋକସଭା ଆସନ ଅଧୀନରେ ଗୋଟିଏ, ବ୍ରହ୍ମପୁର ଲୋକସଭା ଆସନ ଅଧୀନରେ ଗୋଟିଏ, କୋରାପୁଟ ଲୋକସଭା ଆସନ ଅଧୀନରେ ୬ଟି, ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ରହିଛି ରହିଛି ୬ଟି ସମ୍ବେଦନଶୀଳ ବୁଥ୍‌।

ନିର୍ବାଚନ ଲାଗି ୨୯ କମ୍ପାନି କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି, ଯେଉଁମାନଙ୍କୁ ସମ୍ବେଦନଶୀଳ ବୁଥରେ ନିୟୋଜିତ କରାଯିବ।

Comment