ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଗ୍ରୀଷ୍ମପ୍ରବାହ ଯୋଗୁଁ ନବରଙ୍ଗପୁରର ବିଭିନ୍ନ ଭୋଟ କେନ୍ଦ୍ରରେ ସକାଳୁ ସକାଳୁ ମତଦାତାମାନେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି। ଭୋଟ ଗ୍ରହଣ ସକାଳ ୭ରେ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।

ସକାଳ ୮.୪୫ ସୁଦ୍ଧା ନବରଙ୍ଗପୁରର ୧୧୬ ନମ୍ବର ବୁଥରେ ୫୩, ୧୧୫ ନମ୍ବର ବୁଥରେ ୮୬ ଏବଂ ୧୧୭ ନମ୍ବର ବୁଥରେ ୫୪ ଜଣ ଭୋଟ ଦେଇଛନ୍ତି।

ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ଗତ ରାତିରୁ ହିଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହି ଚାରିଟି ଆସନର ଅବସ୍ଥିତିକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ଭୋଟ ଗ୍ରହଣ ପାଇଁ କର୍ମଚାରୀମାନେ ଡଙ୍ଗାରେ ଯାଇ ଭୋଟ କେନ୍ଦ୍ର ନିକଟରେ ପହଞ୍ଚିଥିଲେ।

Comment