ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଶାନ୍ତି ଶୃଙ୍ଖଳାର ସହ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି।  ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ମତଦାନ। ଆଜି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସବୁ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି।

ନିର୍ବାଚନ ଅଧିକାରୀଙ୍କ ସୂଚନାନୁସାରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ମୋଟ ୭୩.୭୬ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ  ୭୩.୦୯ପ୍ରତିଶତ ଥିବାବେଳେ ମହିଳା ଭୋଟରଙ୍କ ୭୪.୪୩ପ୍ରତିଶତ ଅଛି। ଅର୍ଥାତ ପ୍ରଥମ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଚରଙ୍କ ସଂଖ୍ୟା ଅଧିକ।

ସେହିପରି କଳାହାଣ୍ଡିରେ ମୋଟ ୭୫.୮୯ପ୍ରତିଶତ, ନବରଙ୍ଗୁପୁରରେ ୭୮.୮୯ ପ୍ରତିଶତ,ବ୍ରହ୍ମପୁରରେ ୬୫.୫୭ପ୍ରତିଶତ,କୋରାପୁଟରେ ୭୬.୭୭ ପ୍ରତିଶତ ମତଦାନ ହୋଇଛି।

ଏହାସହିତ ଦୁଇଟି ବୁଥରେ ସାନି ମତଦାନ ଲାଗି କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କୁ ଜଣାଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ୨ଟି ବୁଥରୁ ଗୋଟିଏ ମାଲକାନଗିରିରେେ ଓ ଅନ୍ୟଟି ବ୍ରହ୍ନପୁରରେ ବୋଲି ଜଣାପଡ଼ିଛି।

Comment