ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ଲୋକସଭା ସହ ୨୮ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଏବେ ସବୁଦଳର ଫୋକସରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ।

ବିଜେଡିର ଷ୍ଟାର ପ୍ରଚାରକ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁଥିବା ୫ଲୋକସଭା ଓ ୩୫ ବିଧାନସଭା ମତଦାନ ଲାଗି ପ୍ରଚାର ଜୋର କରିଛନ୍ତି।

ଆସ୍କା ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାନଖେମୁଣ୍ଡି, ହିଞ୍ଜିଳିରେ ରୋଡ ସୋ କରୁଛନ୍ତି ନବୀନ ପଟ୍ଟନାୟକ।

ଏହାସହିତ କିଛି ସଭାକୁ ସମ୍ବୋଧନ କରୁଛନ୍ତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ସାଢେ ଚାରିକୋଟି ଓଡ଼ିଶାବାସୀ ମୋ ପରିବାର। ଆପଣମାନେ ମୋତେ ଆର୍ଶିବାଦ କରନ୍ତୁ। ନବୀନଙ୍କ ପ୍ରଚାର ବେଳେ ସ୍ଥାନୀୟ ବିଧାୟକ ଓ ଏମପି ପ୍ରାର୍ଥୀ ବି ସାମିଲ ଅଛନ୍ତି।

Comment