ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

“କଂଗ୍ରେସ ଏକ ଜାତୀୟ ଦଳ। ମତେ ଏହି ଦଳ ଗୁରୁ ଦାୟିତ୍ୱ ଦେଇଛି। ଦଳ ମୋ’ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ଦେଖାଇଛି ତାକୁ ମୁଁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି”, ଓଡ଼ିଶାଲାଇଭକୁ କହିଛନ୍ତି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପ୍ରାର୍ଥୀ ରଶ୍ମୀ ମହାପାତ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘଦିନ ହେଲାଣି ଏକାମ୍ର ନିର୍ବାଚନ ମଣ୍ଡଳୀର ଶାସନ ଡୋର ଯାହା ହାତରେ ରହିଛି ସେ ସେଭଳି କୌଣସି ଉନ୍ନତିମୂଳକ କାର୍ଯ୍ୟ କରି ନାହାନ୍ତି। ଏକାମ୍ର ନିର୍ବାଚନ ମଣ୍ଡଳୀ ଏବେ ସମ୍ପୂର୍ଣ୍ଣଭାବେ ସମସ୍ୟାଘେରର।

ପଳାସପଲ୍ଲୀ ଅଞ୍ଚଳରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ତାଙ୍କ ସହ ଯୋଡ଼ି ହୋଇଥିଲା ଓଡ଼ିଶାଲାଇଭ୍ ଟିମ୍। ଏହି ଅବସରରେ ମହିଳାମାନଙ୍କ ପ୍ରଗତିକୁ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ସରକାର ମହିଳା ସଶକ୍ତିକରଣ ନାମରେ ମହିଳାଙ୍କୁ ଶୋଷଣ କରି ଆସୁଛି। ସେଥିପାଇଁ ଓଡ଼ିଶା ନାରୀ ନିର୍ଯାତନାରେ ଏବେ ଆଗରେ ରହିଛି।

ସେ ଆହୁରି କହିଥିଲେ, “ଲୋକଙ୍କ ଭଲପାଇବା ଓ ସମର୍ଥନ ମୋ’ ସହିତ ରହିଛି ଏବଂ ଲୋକ ସବୁ ଠିକ୍ ଭୁଲ ବୁଝିଲେଣି। ପରିବର୍ତ୍ତନର ହାଓ୍ୱା ବହୁଛି। ଲୋକଙ୍କ ମତକୁ ଅଗ୍ରାଧିକାର ଦେଇ ମୁଁ କାମ କରିବି।’’

କଂଗ୍ରେସ ସବୁ ସମୟରେ ଲୋକଙ୍କ ସୁବିଧା ଅସୁବିଧାରେ ଛିଡ଼ା ହୋଇଥିବା ରଶ୍ମୀ କହିଛନ୍ତି।

ଆଗରୁ ଦୁଇ ଦୁଇ ଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଏକାମ୍ର-ଭୁବନେଶ୍ୱର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ରଶ୍ମୀ ମହାପାତ୍ର। ଚଳିତ ଥର ସେ କଂଗ୍ରେସରୁ ବିଧାୟିକା ପ୍ରାର୍ଥୀ ଭାବେ ଟିକେଟ୍ ନେଇଛନ୍ତି।

Comment