ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦାପଡ଼ା ଜିଲ୍ଲା ପାଟକୁରା ନିକଟରେ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନଦୀମ ଆହତ ହୋଇଛି।

ନଦୀମର ବାମ ଗୋଡରେ  ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନଦୀମ ଠାରୁ ପିସ୍ତଲ ସହ ବହୁ ମରାଣାସ୍ତ୍ର ଜବତ ହୋଇଛି। ନଦୀମ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ପାଖାପାଖି ୧୦ରୁ ଅଧିକ ମାମଲା ରୁଜୁ ହୋଇଥିଲା।

ନଦୀମ ପାଟକରାକୁ ତାର କୌଣସି ସହଯୋଗୀକୁ ଦେଖାକରିବାକୁ ଆସିଥିବା ବେଳେ ଏନେଇ ପୋଲିସ ଖବର ପାଇଥିଲା। ପାଟକୁରା ଥାନା ପୋଲିସ ଓ ସ୍ପେଶାଲ ସ୍ପାଡର ମିଳିତ ଚଢ଼ାଉରେ ନଦୀମକୁ ଏନକାଉଣ୍ଟର କରାଯାଇଛି.

LEAVE A REPLY

Please enter your comment!
Please enter your name here