ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଯାଏଁ ପାଳନ କରାଯାଉଛି ‘ଜାତୀୟ ପୋଷଣ ସପ୍ତାହ’।

ପୁଷ୍ଟିକର ଖାଦ୍ୟର ଉପକାରିତା ଓ ଆବଶ୍ୟକତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ମଣିଷ ଶରୀର ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କେତେ, କ’ଣ ଖାଇଲେ ସୁସ୍ଥ ରହିବା, ବୟସ୍କମାନଙ୍କ ଡାଏଟ ଏବଂ ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀ କେମିତି ହେବା ଆବଶ୍ୟକ – ଏ ସବୁ ବିଷୟକୁ ନେଇ ଡାଏଟିସିଆନ ଏବଂ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର) ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗୀଙ୍କ ଖାଦ୍ୟ ଖାଇବାକୁ ନେଇ ବିଭିନ୍ନ ଭ୍ରାନ୍ତ ଧାରଣା ରହିଛି। କ’ଣ ଖାଇବେ, କ’ଣ ଖାଇବେ ନାହିଁ, ଏହାକୁ ନେଇ ଅନେକ ରୋଗୀ ଚିନ୍ତାରେ ପଡ଼ନ୍ତି।

ତେବେ ଆର୍ଥ୍ରାଇଟିସ୍ ରୋଗୀଙ୍କୁ କ’ଣ ଖାଇବେ, କ’ଣ ନୁହେଁ, କେଉଁ ଖାଦ୍ୟ ଖାଇଲେ ଆର୍ଥ୍ରାଇଟିସ୍ ଭଲ ହେବ? ସେ ସମ୍ପର୍କରେ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #NationalNutritionWeek #HealthyDiet #FoodAndNutrition #Healthcare #Arthritis #FitnessDietPlan #DoctorsAdvice #OdiaHealthTips

LEAVE A REPLY

Please enter your comment!
Please enter your name here