ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି କାଲି ଲୋକେ ଅତ୍ୟଧିକ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି । ବାୟୁମଣ୍ଡଳରେ ଘୁରି ବୁଲୁଥିବା କ୍ଷତିକାରକ କଣିକା ଶ୍ବାସ  ମାଧ୍ୟମରେ ଶରୀର ଭିତରକୁ ଯାଇଥାଏ, ଯାହା କି ଶରୀର ପାଇଁ ଖୁବ୍‌ କ୍ଷତିକାରକ ହୋଇଥାଏ। କିଛି ଦିନ ପରେ ଏହା ଫୁସ୍‌ଫୁସ୍‌କୁ ପ୍ରଭାବିତ କରେ। ସେହିପରି ଉଚ୍ଚ ରକ୍ତଚାପ, ହୃଦଘାତ, ମଧୁମେହ, ସାଇନୋସାଇଟିସ୍‌ ଆଦି ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ ବାୟୁ ପ୍ରଦୂଷଣ। ଆସନ୍ତୁ କିଛି

ଆର୍ୟୁବେଦିକ ଉପାୟ ବାବଦରେ ଜାଣିବା ଜାହା ଦ୍ବାରା ଆପଣ ବାୟୁ ପ୍ରଦୂଷଣରୁ ନିଜକୁ ରକ୍ଷା କରିପାରିବେ।

  • ପ୍ରଦୂଷଣ ଯୋଗୁଁ ଅଧିକାଂଶ ସମୟରେ ନାକ ବନ୍ଦ ହୋଇଯାଏ । ନାକ ସଫା ରଖିବା ପାଇଁ ପ୍ରତିଦିନ ସକାଳ ଓ ସଂଧ୍ୟାରେ ଗୋଟିଏ ବୁନ୍ଦା ଲେଖାଏଁ ଘିଅ ନାକରେ ପକାଇବା ଉଚିତ । ଏହା ଦ୍ବାରା ଶ୍ବାସନଳୀ ସଫା ହୁଏ । ଫଳରେ ପ୍ରଶ୍ବାସ ନେବାରେ ସମସ୍ୟା ହୁଏ ନାହିଁ ଏବଂ ହାନିକାରକ କଣିକା ଫୁସ୍‌ଫୁସ୍‌ ଯାଏଁ ଯାଇପାରେନାହିଁ ।
  • ରାତିରେ ଶୋଇବା ସମୟରେ ତ୍ରିଫଳା ଖାଆନ୍ତୁ। ଏହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ପାଚନ କ୍ରିୟାରେ ସହାୟତା କରିବ।
  • ଦିନରେ ଦୁଇ ଥର ଅଦା ଚା’ ପିଅନ୍ତୁ। ନ ହେଲେ ଅଧା ଚାମଚ ଅଦା ରସ ସହ ଅଧା ଚାମଚ ମହୁ ମିଶାଇ ଖାଆନ୍ତୁ। ଅଦା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ।
  • ପ୍ରଦୂଷଣ ଯୋଗୁଁ ତଣ୍ଟି କୁଣ୍ଡାଇ ହେଉଥିଲେ ଅଦାର କାଢ଼ା ପ୍ରସ୍ତୁତ କରି ପିଅନ୍ତୁ । ଦିନରେ ୨ରୁ୩ଥର ଏମିତି କଲେ ତଣ୍ଟି କୁଣ୍ଡାଇ ହେବା କମିଯାଇଥାଏ।
  • ମହୁ ସହିତ ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେସମସ୍ୟାରୁ ମୁକ୍ତି ଦେଇଥାଏ।ଶ୍ବାସ ସମ୍ପର୍କିତ ସମସ୍ୟା ମଧ୍ୟ ଦେଖାଯାଏନାହିଁ ।
  • ପ୍ରଦୂଷଣ ଯୋଗୁଁ ହେଉଥିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଗୋଟିଏ ଗ୍ଲାସ୍‌ କ୍ଷୀରରେ୩ ଗ୍ରାମ ବା ଅଧା ଚାମଚ ହଳଦୀ ପକାଇ ପିଅନ୍ତୁ । ନଚେତ ଗୋଟିଏ ଚାମଚ ମହୁରେ୩ଗ୍ରାମ ହଳଦୀ ମିଶାଇ ଖାଇ ପାରିବେ।
  • ତୁଳସୀର ଜୁସ୍‌ ପିଅନ୍ତୁ । ଏହା ଆପଣଙ୍କର ଶ୍ବାସ ନଳୀ ବା ଶ୍ବସନତନ୍ତ୍ରରୁ ପ୍ରଦୂଷକ ଉପାଦାନ ବାହାର କରିବାରେ ସହାୟକ ହେବ । ଇଚ୍ଛା ହେଲେ ଏଥିରେ ଏକ ଚାମଚ ମହୁ ମିଶାଇ ଖାଇ ପାରିବେ ।
  • ଶ୍ବାସନଳୀ ବନ୍ଦ ହୋଇଯିବା ଭଳି ଲାଗୁଥିଲେ, ଦୁଇ ତିନି ବୁନ୍ଦା ପିପରମେଣ୍ଟ ତେଲର ବାମ୍ଫ ନିଅନ୍ତୁ । ଦିନରେ ଦୁଇଥର୫ମିନିଟ୍‌ ଯାଏଁ ଏମିତି କଲେ ଉପକାର ମିଳିବ ।

Comment