ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସର ମହାସଚିବ ତଥା ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ପ୍ରିୟଙ୍କା ଗାନ୍ଧି ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିପାରନ୍ତି। ସୂଚନାନୁସାରେ ପ୍ରିୟଙ୍କା ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବା ନେଇ ଗଭୀର ଭାବେ ଚିନ୍ତା କରୁଛନ୍ତି।

କଂଗ୍ରେସ ଏଯାଏଁ ବାରଣାସୀ ଲାଗି ପ୍ରାର୍ଥୀ ଘୋଷଣା କରିନଥିବା ବେଳ ଚର୍ଚ୍ଚା, କି ଏଥର ପ୍ରତ୍ୟକ୍ଷ ରାଜନୀତି ଆସିପାରନ୍ତି ପ୍ରିୟଙ୍କା।

ପ୍ରିୟଙ୍କାଙ୍କୁ ଦଳର ମହାସଚିବ କରାଯିବା ପରେ ସେ ଏବେ ରାଜନୀତିରେ ଅନେକ ସକ୍ରିୟ ଅଟନ୍ତି। ଏବେ ସେ କଂଗ୍ରେସ ଲାଗି ଉତ୍ତରପ୍ରଦେଶରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

ନିକଟରେ ରାୟବରେଲିରେ ଏକ ସଭାରେ ଯୋଗ ଦେବା ସମୟରେ କିଛି କର୍ମୀ ତାଙ୍କୁ ରାୟବରେଲିରୁ ଲଢ଼ିବା ଲାଗି କହିଥିଲେ। ଉତ୍ତରରେ ପ୍ରିୟଙ୍କା କର୍ମୀଙ୍କୁ ପ୍ରଶ୍ନ କରିଥିଲେ  ବାରଣାସୀରୁ ଲଢ଼ିବା କାହିଁକି ନୁହଁ। ଯାହାପରେ ଏନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦେଖିବାକୁ ବାକି ରହିଲା ଏହା ବାସ୍ତବରେ ଏକ ଚର୍ଚ୍ଚା ନା କଂଗ୍ରେସ ପ୍ରିୟଙ୍କାଙ୍କୁ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ କରୁଛି।

Comment