ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଜନସାଧାରଣ। ପାଣିପାଗ ବିଭାଗ ସୂଚନା ଅନୂଯାୟୀ ଶୁକ୍ରବାର ରାଜ୍ୟର ୯ଟି ସହରରେ ପାରଦ ୪୦ଡିଗ୍ରୀ ଟପିଛି। ଆଜି ମଧ୍ୟ ଏହାକୁ ଦୃଷ୍ଟିରେ ରଖିଲେ ଆଗାମୀ ଦିନରେ ଅଂଶୁଘାତର ଭୟ ଦେଖାଦେବା ନେଇ ଆଶଙ୍କା କରାଯାଉଛି। ତେବେ ଆସନ୍ତୁ ଜାଣିବା କେମିତି ହୁଏ ଅଂଶୁଘାତ ଏବଂ ଅଂଶୁଘାତରୁ ଆମେ କିପରି ରକ୍ଷା ପାଇପାରିବା।

କପରି ହୋଇଥାଏ ଅଂଶୁଘାତ?

ଦୀର୍ଘ ସମୟ ଧରି ଖରାରେ ବା ଅଧିକ ତାପମାତ୍ରାରେ ରହିଲେ ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ। ଏହା ଯୋଗୁଁ ମୁଣ୍ଡ ବୁଲେଇବା, ମୁର୍ଚ୍ଛା ହେବା, ବାନ୍ତି ହେବା, ଚାଲିବାରେ ଅସୁବିଧା ହେବା ପରି ବହୁ ଲକ୍ଷଣ ଦେଖାଯାଏ। ଅଂଶୁଘାତର ଲକ୍ଷଣ ଅଧିକ ହେଲେ ସମ୍ପୂର୍ଣ କୋମା କିମ୍ବା ମୃତ୍ୟୁର ସମ୍ଭାବନା ମଧ୍ୟ ଥାଏ। ଅଂଶୁଘାତ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକମାନଙ୍କୁ ହୋଇପାରେ।

କିପରି ଅଂଶୁଘାତରୁ ରକ୍ଷା ପାଇବା

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ନିୟମ ପାଳନ କରନ୍ତୁ;

  • ଖରାକୁ ବାହାରନ୍ତୁ ନାହିଁ। ବାହାରକୁ ଯାଉଥିଲେ ମୁଣ୍ଡରେ ଓଦା ଗାମୁଛା କିମ୍ବା ଛତା, ଚପଲ, କଳା ଚଷମା ଇତ୍ୟାଦି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ।
  • ଘରେ ଟିଣ ବା ଆଜବେଷ୍ଟ ଛାତ ଥିଲେ ତା ଉପରେ ନଡା ପକାନ୍ତୁ।

  • ପ୍ରଚୁର ପରିମାଣରେ ପାଣି, ତୋରାଣି, ଘୋଳଦହି, ସର୍ବତ ପିଅନ୍ତୁ। ଶରୀରରେ ଜଳୀୟ ଅଂଶ ସର୍ବଦା ଅଧିକ ରହିବା ଆବଶ୍ୟକ। ଫାଷ୍ଟଫୁଡ୍‌ଠାରୁ ଦୂରେଇ ରୁହନ୍ତୁ।
  • ହାଲିଆ ଲାଗିଲେ ଗଛ ଛାଇ ବା ପବନ ଚଳାଚଳ ହେଉଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ।
  • କୌଣସି ବ୍ୟକ୍ତିଙ୍କ ଠାରେ ଅଂଶୁଘାତର ସନ୍ଦେହ ଦେଖିଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ।

Comment