ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପଶ୍ଚିମବଙ୍ଗ ସରକାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହେଲିକେପ୍ଟର ଓହ୍ଲାଇବା ଲାଗି ଅନୁମତି ଦେବାକୁ ମନା କରିଦେଇଛି। ଯାହାପରେ ସିଲିଗୁଡ଼ିରେ ରାହୁଲଙ୍କ ନିର୍ବାଚନୀ ସଭାକୁ ରଦ୍ଦ କରିଦିଆଯାଇଛି।

କଂଗ୍ରେସର ବରିଷ୍ଠ ନେତା ଶଙ୍କର ମଲାକାର କହିଛନ୍ତି କି ସେମାନେ ଏପ୍ରିଲ ୧୪ରେ ରାହୁଲ ଗାନ୍ଧିଙ୍କ ହେଲିକେପ୍ଟରକୁ ପୋଲିସ ପଡ଼ିଆରେ ଓହ୍ଲାଇବାକୁ ଅନୁମତି ମାଗିଥିଲେ, ଯାହାକୁ ପୋଲିସ ମନା କରିଦେଇଛି। ସେଥିପାଲି ରାଲିକୁ ରଦ୍ଦ କରିଦିଆଯାଇଛି।

ସେପଟେ ସିଲିଗୁଡ଼ିର ପୋଲିସର କହିବା କଥା, “ରାହୁଲଙ୍କ ହେଲିକେପ୍ଟର ସେହି ପଡ଼ିଆରେ ଓହ୍ଲାଇବାକୁ ଆମେ ମନା କରିଛୁ। ଅନୁମତି ଦେବାଲାଗି କିଛି ନିୟମ ଅଛି ଯେଉଁଥିାପାଇଁ ଆମେ ଅନୁମତି ଦେଇନାହୁଁ।”

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି। ଏବେ ସମସ୍ଥ ରାଜନୈତିକ ଦଳଙ୍କ ଫୋକସରେ ରହିଛି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସେଥିଲାଗି ସମସ୍ତେ ପ୍ରଚାରକୁ ଜୋର କରୁଛନ୍ତି।

Comment