ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ କମିଶନ ଅଧିକାରୀ ମାନେ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ସମ୍ପର୍କରେ ଚୂଡାନ୍ତ ସୂଚନା ଦେଇଛନ୍ତି। ୪ଟି ପର୍ଯ୍ୟାୟରେ ହେବାକୁ ଥିବା ରାଜ୍ୟର ୨୧ ଲୋକସଭା ଆସନ ପାଇଁ ମୋଟ ୧୭୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଅର୍ଥାତ ପ୍ରତି ଲୋକସଭା ଆସନ ପାଇଁ ହାରାହାରି ୮ ଜଣ ପ୍ରାର୍ଥୀ ଛିଡ଼ା ହୋଇଛନ୍ତି। ସେହିଭଳି ୧୪୭ ବିଧାନସଭା ଆସନ ସକାଶେ ୧୧୩୭ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ହାରାହାରି ହିସାବରେ ପ୍ରତି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ସଂଖ୍ୟା ୭।

ଚାରୋଟି ପର୍ଯ୍ୟାୟ ଭିତରୁ ତୃତୀୟ ପର୍ଯ୍ୟାୟ ଅର୍ଥାତ ୨୩ ତାରିଖରେ ସର୍ବାଧିକ ସଂଖ୍ୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଓଡ଼ିଶାର ମୋଟ ଭୋଟର ହେଉଛନ୍ତି ୩ କୋଟି ୨୫ ଲକ୍ଷ।

Comment