ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା। ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୮ଟାରି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

ବିଜେପି କର୍ମୀମାନେ ଟାଉନଥାନା ଆଗରେ ଧରାଣା ଦେବାସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ଲାଗି ଦାବି କରିଛନ୍ତି। ଗତକାଲି ରାତିରେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ଆଗରେ କିଛି ଦୁର୍ଦ୍ଦୁତ ମଙ୍ଗୁଳିଙ୍କୁ ଗୁଳିକରି ଫେରାର ହୋଇଯାଇଥିଲେ।

ରାଜନୈତିକ ଘଟଣାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ ବିଜେଡିର ହାତଥିବା ବିଜେପି ଅଭିଯୋଗ କରିଛି। ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ଟୁଇଟ ମାଧ୍ୟମରେ ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here