ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଲୋକଙ୍କ ସହିତ ଛୋଟ ବେଳେ ଏଭଳି ଘଟଣା ଘଟିଥାଏ ଯାହାକୁ ଜୀବନ ଶେଷ ପର୍ୟ୍ୟନ୍ତ ଭୁଲି ହୋଇନଥାଏ। କିନ୍ତୁ କିଛି ଲୋକ ଅଛନ୍ତି ଏଭଳି ଦୁର୍ଘଟଣାକୁ ଭୁଲି ଆଗକୁ ବଢ଼ିବାକୁ ଚେଷ୍ଟା କରିଥାନ୍ତି। ଏପରି ଜଣେ ଯୁବକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଅନ୍ୟମାନଙ୍କ ପାଇଁ କୌଣସି ପ୍ରେରଣା ଠାରୁ କମ୍ ହେବେନି।
ଆମେରିକାରେ ରହୁଥିବା ଏହି ଯୁବକଙ୍କ ନାମ ଜାଡିଏଣ୍ଟ କ୍ୱିନ। ଜନି ନାମରେ ସେ ବେଶ୍ ଜଣାଶୁଣା। ତାଙ୍କୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା ସେତେବେଳେ ଏକ ଦୁର୍ଘଟଣାର ଶୀକାର ହୋଇଥିଲେ। ଅଗ୍ନିକାଣ୍ଡରେ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା। ତଥାପି ସଫଳ ଚିକିତ୍ସା ଦ୍ୱାରା ସେ ନୂଆ ଜୀବନ ପାଇଥିଲେ। ତାଙ୍କ ଶରୀରରେ ୮୭ଟି ଅପରେସନ ହୋଇଥିଲା। ଏକ ବର୍ଷ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।
୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ଏହି ଅଘଟଣ ଘଟିଥିଲା। ଯାହାଫଳରେ ଜନି ବିଲକୁଲ ଭାଙ୍ଗି ଯାଇଥିଲେ। ଅଗ୍ନିକାଣ୍ଡରେ ଜନିଙ୍କ ହାତ ଜଳିଯାଇଥିଲା। କିନ୍ତୁ ଏବେ ଜନି ସଫଳତାପୂର୍ବକ ଜୀବନ ବିତାଉଛନ୍ତି। ପରେ ପରେ ସେ ମଡେଲିଂ କ୍ଷେତ୍ରରେ ପାଦ ଦେଇଥିଲେ।
ଏବେ ସେ ମଡେଲ ହେବା ସହିତ ମଡେଲିଙ୍ଗର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଜନି ଇନଷ୍ଟାଗ୍ରାମରେ ନିଜର ୧୯୬ଟି ଫଟୋ ପୋଷ୍ଟ କରିଥିଲେ। ଛୋଟବେଳର ଫଟୋଠାରୁ ଆରମ୍ଭ କରି ଏଥିରେ ମଡେଲିଙ୍ଗ ପର୍ଯ୍ୟନ୍ତ ସମସ୍ତ ଫଟୋ ସାମିଲ ରହିଛି। ଇନଷ୍ଟାଗ୍ରାମରେ ୬୬ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି।