ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ କେଶ ପ୍ରତି ଝିଅଙ୍କର ଅଧିକ ଦୁର୍ବଳତା ରହିଥାଏା କେଶକୁ ସଜାଇବା ପାଇଁ ଝିଆମାନେ କେତେ କ’ଣ ଉପାୟ ଆପଣେଇଥାନ୍ତିା ଖାସକରି ହେୟାର୍ ପେଣ୍ଟିଂ କରିବା ଆଜିକାଲି ଖୁବ୍ ଲୋକପ୍ରିୟ ହୋଇଛି। ବିଶେଷ କରି ଯୁବପିଢି ଏହାକୁ ଅଧିକ ପସନ୍ଦ କରୁଛନ୍ତି।

-କେଶ ରଙ୍ଗ କରିବା ପରି ପେଣ୍ଟିଂ ବେଳେ ସମୁଦାୟ କେଶରେ ଚିତ୍ର କରିବାକୁ ପଡ଼ିନଥାଏ। ଆପଣ ଚାହିଁଲେ ଇଚ୍ଛା ମୁତାବକ ଅଳ୍ପ କିଛି କେଶରେ ଚିତ୍ର ଆଙ୍କିପାରିବେ।

-କଲେଜ ଯାଉଥିବା ଝିଅମାନେ ସାମ୍ନା ପଟର କେଶରେ ଚିତ୍ର ଆଙ୍କିପାରିବେ। ଆଜିକାଲି ଟ୍ରାଇବାଲ୍ ପେଣ୍ଟିଂ, ଟାଟୁର ଖୁବ୍ ଚାହିଦା ରହିଛି।

– ସବୁ ରଙ୍ଗର ପୋଷାକ ସହିତ ମ୍ୟାଚିଂ କରିବା ପାଇଁ ଧଳା ଏବଂ ହାଲକା ନୀଳ ପ୍ରଭୃତି ରଙ୍ଗରେ ଚିତ୍ର ଆଙ୍କିଲେ ଭଲ। ଜେବ୍ରା ପ୍ରିଣ୍ଟ ମଧ୍ୟ କେଶରେ ଖୁବ୍ ଭଲ ଲାଗିଥାଏ।

-କେଶରେ ଚିତ୍ର ଅଙ୍କାଯିବା ସମୟରେ ବ୍ରଶ୍ ଅପେକ୍ଷା ହାତର ବ୍ୟବହାର ଅଧିକ ହୋଇଥାଏ। ତେଣୁ ଏଥିପାଇଁ ଧୈର୍ଯ୍ୟର ସହିତ ବହୁତ ସମୟ ବସିବାକୁ ପଡ଼ିଥାଏ।

– ଫ୍ୟାଶନ୍ ସୋ’ କିମ୍ବା ରାମ୍ପରେ ଚାଲିବାର ଥିଲେ କେଶକୁ ଘନନୀଳ ଏବଂ ବାଦାମୀ ରଙ୍ଗରେ ରଙ୍ଗାଇପାରିବେ।

-ବିବାହ ପରି ଉତ୍ସବ ପାଇଁ କେଶରେ ଭଲ ପ୍ରିଣ୍ଟର ଫୁଲ କିମ୍ବା ଷ୍ଟାର ଆଙ୍କନ୍ତୁ। କେଶରେ ମୟୂର ପରି ବିଭିନ୍ନ ରଙ୍ଗର ସମାହାର ଥିବା ପକ୍ଷୀଙ୍କ ଚିତ୍ର ବି ଆଙ୍କିପାରିବେ। ଆପଣଙ୍କୁ ଆଉ କେଶସଜ୍ଜା ପାଇଁ ଅଧିକ ଦୃଷ୍ଟି ଦେବାକୁ ପଡ଼ିବ ନାହିଁ। ତା ସହ ଏହାଦ୍ୱାରା ଆପଣ ସମସ୍ତଙ୍କଠାରୁ ନିଆରା ଲାଗିପାରିବେ।

-କେଶରେ ଚିତ୍ର କରିଥିଲେ ଆଉ ଅଧିକ ଗହଣା ବ୍ୟବହାର କରନ୍ତୁ ନାହିଁ। କାରଣ ତାହା ଦୃଷ୍ଟିକଟୁ ଲାଗିବାର ଆଶଙ୍କା ଥାଏ।

-କେଶରେ ଚିତ୍ର ଆଙ୍କିଥିଲେ କିଛି ଦିନ ପାଇଁ ସାମ୍ପୁ କରିବାକୁ ଏଡ଼ାଇ ଯାଆନ୍ତୁ। ନ ହେଲେ ଚିତ୍ର ନଷ୍ଟ ହୋଇଯିବ।

Comment