ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଭଳି ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ତାମିଲ ନବବର୍ଷ ପାଳନ କରାଯାଇଥାଏ। ଏହି ଅବସରରେ ତାମିଲ ଲୋକେ ଧୁମଧାମରେ ପୂଜାର୍ଚ୍ଚନା କରଇଥାନ୍ତି। ତାମିଲନାଡୁର କୋୟମ୍ବାଟୁରର ମୁଥୁମରିୟମ୍ମନ ମନ୍ଦିରକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା। ତାମିଲ ନବବର୍ଷ ଅବସରରେ ମନ୍ଦିରକୁ ଯେଉଁଭଳି ଭାବେ ସଜା ଯାଇଛି  ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି।

ମନ୍ଦିରର ମୂର୍ତ୍ତିକୁ ନୂଆ ପାଞ୍ଚ ଶହ ଏବଂ ଦୁଇ ହଜାର ଟଙ୍କିଆ ନୋଟରେ ଆକର୍ଷଣୀୟ ଢଙ୍ଗରେ ସଜାଯାଇଥିଲା। ଏହା ବାବାଦରେ ମୋଟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଆଉ ୧ କୋଟି ଟଙ୍କା ଧାତୁ ନିର୍ମିତ ସାଜସଜ୍ଜାରେ ଖର୍ଚ୍ଚ ହୋଇଛି।

ଦକ୍ଷିଣ ଭାରତର ମନ୍ଦିର ଗୁଡ଼ିକ ନିଜର ସ୍ୱତନ୍ତ୍ରତା ପାଇଁ ବିଶ୍ୱ ପ୍ରସିଦ୍ଧ ଅଟନ୍ତି। ତେବେ ମୁଥୁମରିୟମ୍ମନ ମନ୍ଦରର ସଜସଜ୍ଜା ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କରିଛି। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comment