ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନିର୍ବାଚନୀ ପ୍ରଚାର ପାଇଁ ଚତୁର୍ଥ ଥର ଓଡ଼ିଶା ଗସ୍ତ କରିଛନ୍ତି। ମୋଦି ସମ୍ବଲପୁର ସଭାରେ ଯୋଗ ଦେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତିା ଓଡ଼ିଶା ଆସିବା ମୋ ପାଇଁ ତୀର୍ଥଯାତ୍ରା ବୋଲି ଉଦବୋଧନ ଆରମ୍ଭରେ କହିଛନ୍ତି ମୋଦିା ଚୌକିଦାର ପ୍ରତି ଦେଶବାସୀଙ୍କର ଭଲ ପାଇବା ଦେଖି ବିରୋଧୀଙ୍କ ହୋସ୍ ଉଡ଼ୁଛି ବୋଲି ସଭାରେ ସେ କହିଛନ୍ତିା

ପୁଣି ଥରେ ଆମ ସରକାର ଆସିଲେ ମାଛଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଓ ଯୋଜନା କରାଯିବ  କହିଛନ୍ତି ମୋଦିା ମତ୍ସ୍ୟ ସଂପଦ ଯୋଜନାରେ ୧୦ହଜାର କୋଟି ଖର୍ଚ୍ଚ ହେବ। ମାଛଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡରେ ସାମିଲ କରାଯିବ। ଯେଉଁମାନେ କେବଳ ପିସି ଖାଇବା ପାଇଁ ରହିଛନ୍ତି ସେମାନେ ଆପଣଙ୍କର ଚିନ୍ତା କରିବେନି ବୋଲି ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତିା

୧ ଟଙ୍କିଆ ଚାଉଳ କଥା କହିଲେ ମୋଦି

‘‘୨୯/୩୦ ଟଙ୍କାରେ ଚାଉଳ କିଣି ଭାରତ ସରକାର ପଠାଉଛିା ରାଜ୍ୟ ସରକାର ମାତ୍ର ୨ଟଙ୍କା ସେଥିରେ ମିଶାଉଛନ୍ତିା ମାତ୍ର ୨ ଟଙ୍କା ଦେଇ ଓଡ଼ିଶା ସରକାର କହୁଛନ୍ତି ଶସ୍ତାରେ ଦେଉଛନ୍ତିା ଆପଣଙ୍କୁ ରାଜ୍ୟ ସରକାର ମିଛି କହୁଛନ୍ତି କି ନାହିଁ କହନ୍ତୁ? ଏମିତି ମିଛ କହି ଓଡ଼ିଶା ସରକାର ଜନତାଙ୍କୁ ଅନ୍ଧାରରେ ରଖିଛନ୍ତି’’, କହିଛନ୍ତି ମୋଦିା

ସେ ଆହୁରି କହିଛନ୍ତି ଯେ, ଏମଏସପି ବଢ଼ାଯାଇଛିା ରାଜ୍ୟ ସେ ଲାଭ ଚାଷୀଙ୍କୁ ଦେଉନାହିଁ। ଚାଷୀଙ୍କୁ ଦେଢ଼ ଗୁଣା ଏମଏସପି ଦେବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି ହେଲେ ରାଜ୍ୟ ସରକାର ଚାଷୀମାନଙ୍କୁ ଦଲାଲମାନଙ୍କ ଭରସାରେ ଛାଡ଼ି ଦେଇଛନ୍ତି।

୨୦୨୨ ସୁଦ୍ଧା ଓଡ଼ିଶାର ସବୁ ଗରିବଙ୍କୁ ପକ୍କା ଘରା

୨୦୨୨ ସୁଦ୍ଧା ଓଡ଼ିଶାର ସବୁ ଗରିବଙ୍କୁ ପକ୍କା ଘର ମିଳିସାରିଥିବା ୨୦ ବର୍ଷ ଆପଣମାନେ ଆଖିବନ୍ଦ କରି ଏମାନଙ୍କ ଉପରେ ବିଶ୍ୱାସ କରିଛନ୍ତିା ଏବେ କିନ୍ତୁ ଓଡ଼ିଶା ପରିବର୍ତ୍ତନ ଚାହୁଁଛିା ଘରେ ବିଜୁଳି, ପାନୀୟ ଜଳ, ଗ୍ୟାସ, ଶୌଚାଳୟ ଆଦି ସମସ୍ତ ସୁବିଧା ରହିଥିବ। ଏଠାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ଗରିବ ପରିବାରକୁ ୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟସେବା ମିଳିବ ବୋଲି ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦିା

‘‘ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛିା ହେଲେ ଏଠି ଜଙ୍ଗଲ ଅଧିବାସୀଙ୍କୁ ଲୁଟ କରାଯାଇଛିା  ଏହାର ସଠିକ ଉପଯୋଗ ହୋଇପାରୁନିା  ରାଜ୍ୟ ସରକାର ଖଣି, ଚିଟଫଣ୍ଡ ମାଫିଆଙ୍କୁ ପ୍ରଶୟ ଦେଉଛନ୍ତିା ଦିଲ୍ଲୀରୁ ଆସୁଥିବା ଟଙ୍କା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚୁ ନଥିଲା। ଦେଶ ସ୍ୱାଧୀନତା ପରଠୁ ଏ ଭ୍ରଷ୍ଟାଚାର ଚାଲିଥିଲା। ବିଜେପି ସରକାର ଆସିବା ପରେ ଏହି ଭ୍ରଷ୍ଟାଚାର ରୋକା ଯାଇପାରିଛି’’’, କହିଛନ୍ତି ମୋଦିା

LEAVE A REPLY

Please enter your comment!
Please enter your name here