ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲକ୍ଷ୍ନୌ ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ ରାଜନାଥଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇପାରନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା। ସୁତ୍ର ଅନୁସାରେ ସମାଜବାଦି ପାର୍ଟି ଓ ବିଏସପି ମେଣ୍ଟରେ ପୁନମ ପ୍ରାର୍ଥୀ ହୋଇପାରନ୍ତି ଲକ୍ଷ୍ନୌ ଲାଗି। ଏ ନେଇ ଚର୍ଚ୍ଚା ଢେର ହେଉଛି।

ଲକ୍ଷ୍ନୌ ଲାଗି କେବଳ ବିଜେପି ପ୍ରାର୍ଥୀ ଦେଇଛି, ଏଯାଏଁ କଂଗ୍ରେସ କି ସମାଜବାଦି ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି।

ଚର୍ଚ୍ଚା ହେଉଛି କି ବିଜେପି ପରି କଂଗ୍ରେସ ମଧ୍ୟ ଲକ୍ଷ୍ନୌ ଲାଗି ଏକ ଟାଣୁଆ ନେତାଙ୍କୁ ମଇଦାନକୁ ପଠାଇପାରେ। ରାଜନାଥଙ୍କୁ ଟକ୍କର ଦେବାଲାଗି କଂଗ୍ରେସର ଜୀତିନ୍ ପ୍ରସାଦ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ଆସନ ଲାଗି ଏପ୍ରିଲ ୧୮ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଅଟେ। ସେଠାରେ ଭୋଟଗ୍ରହଣ ମେ ୬ରେ ହେବ। ବିଏସପି ଏ ପର୍ଯ୍ୟନ୍ତ ନିଜ ପ୍ରାର୍ଥୀ ଘୋଷଣା କରିନାହିଁ। ଯେଉଁଥିପାଇଁ ଏବେ ଅନେକଙ୍କ ନଜର ସେହି ଆସନ ଉପରେ।

Comment