ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କେରଳ ଗସ୍ତ କରିଥିଲେ। ଗସ୍ତକରି ସେ ଥିରୁନେଲି ମନ୍ଦିର ଯାଇଥିଲେ। ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ।

ରାହୁଲ ଏହି ସମୟରେ ଧୋତି ପିନ୍ଧିଥିଲେ ଅର୍ଥାତ ପାରମ୍ପରିକ ପରିପାଟିରେ ସେ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରିବା ସହ ପୂଜା କରିଛନ୍ତି। ରାହୁଲଙ୍କ ସହିତ ଏହି ସମୟରେ ତାଙ୍କର କିଛି ସମର୍ଥକ ରହିଥିଲେ।

ରାହୁଲ ଭଗବାନଙ୍କୁ ଦର୍ଶନ କରିବା ପରେ ଟୁଇଟ କରିଛନ୍ତି। ରାହୁଲ ଲେଖିଛନ୍ତି, “୧୯୯୧ରେ ଏଠାରେ ହିଁ ମୋ ବାପାଙ୍କ ଅସ୍ତି ବିସର୍ଜନ ହୋଇଥିଲା। ଏଠାକୁ ଆସି ମୋର ସେ ସ୍ମୁତି ସହ ଏକାଠି ବିତାଇଥିବା ସମୟ ମନେ ପଡ଼ୁଛି।”

ରାହୁଲ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଗୋଟିଏ ତାଙ୍କର ପୁରୁଣା ଗଡ଼ କୁହାଯାଉଥିବା ଆମେଥି ଓ ଅନ୍ୟଟି ହେଉଛି କେରଳର ୱାଇନାଡ୍‌।

Comment