ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମଙ୍ଗଳବାର ଯୋଗଗୁରୁ ବାବା ରାମଦେବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଟେ। ଜୟପୁର ଆସନ ଲାଗି ବିଜେପି ପ୍ରାର୍ଥୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତ ରହି ଏଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ଆପଣଙ୍କୁ କହିରଖୁଛୁ କି ୨୦୧୮ରେ ରାମଦେବ କହିଥିଲେ ବିଜେପି ଅବା ଅନ୍ୟ କୌଣସି ଦଳ ଲାଗି ସେ ନିର୍ବାଚନୀ ପ୍ରଚାର କରିବେ ନାହିଁ। ମାତ୍ର ମଙ୍ଗଳବାର ବାବା ରାମଦେବ ବିଜେପି ନେତାଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ଉପସ୍ଥିତି ଓ ଆୟୋଜିତ ସଭାକୁ ସମ୍ବୋଧିତ କରିବା ପୂର୍ବ ମନ୍ତବ୍ୟରୁ ୟୁ-ଟର୍ଣ୍ଣ ବୋଲି କୁହାଯାଉଛି।

ରାମଦେବ କହିଛନ୍ତି, “୨୦୧୯ରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆର୍ଶିବାଦ ଦେବାକୁ ପଡ଼ିବ। ତାଙ୍କ ହାତରେ ଦେଶ ସୁରକ୍ଷିତ ଅଟେ। ମୋଦିଙ୍କ ହାତରେ ଦେଶର ଯବାନମାନେ ସୁରକ୍ଷିତ ଅଟନ୍ତି। ” ଏହାସହିତ ଏହି ଅବସରରେ ରାମଦେବ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱର ପ୍ରଶଂସା କରିଛନ୍ତି। ଅନ୍ୟପଟେ ରାମଦେବଙ୍କ ୟୁ-ଟର୍ଣ୍ଣକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି।

LEAVE A REPLY

Please enter your comment!
Please enter your name here