ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନରେ ହେବାକୁଥିବା ୨୦୧୯ କ୍ରିକେଟ ବିଶ୍ୱକପ୍‌ ପାଇଁ ଟମ୍‌ ଇଣ୍ଡିଆ ୧୫ ଜଣିଆ ଦଳ ଘୋଷଣା ହେବା ପରେ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ହେଲେ ଦଳରେ ଯୁବ ୱିକେଟକିପର ରିଷଭ ପନ୍ତ, ବ୍ୟାଟ୍ସମ୍ୟାନ ଅମ୍ବାତି ରାୟଡୁଙ୍କୁ ସ୍ଥାନିତ କରାଯାଇନଥିବାରୁ ଖେଳ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ବୁଧବାର ବିସିସିଆଇ ଏହାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ବିସିସିଆଇ ଭାରତୀୟ ଦଳରେ ତିନି ଜଣ ରିଜର୍ଭ ଖେଳାଳିଙ୍କ ସାମିଲ୍ କରିଛି। ସେମାନେ ହେଲେ ଯୁବ ୱିକେଟକିପର ଋଷଭ ପନ୍ତ, ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଓ ବୋଲର ନବଦୀପ ସାଇନି। ଏହି ତିନି ଖେଳାଳିଙ୍କୁ ବିଶ୍ୱକପ୍ ପାଇଁ ଷ୍ଟାଣ୍ଡବାଏ ରଖାଯାଇଛି। ଏହି ତିନି ଅନୁଭବୀ ଖେଳାଳୀ ଟିମ୍‌ ଇଣ୍ଡିଆ ସହ ଲଣ୍ଡନ ଯିବେ।

ରିଷଭ ପନ୍ତଙ୍କୁ ପ୍ରଥମ ଷ୍ଟାଣ୍ଡ ବାଏ ରଖାଯାଇଥିବା ବେଳେ ଅମ୍ବାତି ରାୟୁଡୁଙ୍କୁ ଦ୍ୱିତୀୟ ଷ୍ଟାଣ୍ଡ ବାଏ ରଖାଯାଇଛି। ଏଥିସହ ନଭଦୀପ ସାଇନି ବୋଲର ଷ୍ଟାଣ୍ଡ ବାଏ ଭାବେ ରହିଛନ୍ତି।”ଆଇସିସି ଚାମ୍ପିଅନ୍ସ ଟ୍ରଫି ଭଳି ଚଳିତ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ରେ ତିନିଜଣ ଷ୍ଟାଣ୍ଡ ବାଏ ରହିବେ” ବିସିସିଆଇ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଖଲିଲ ଅହମ୍ମଦ, ଆଭେଶ୍ ଖାନ୍ ଓ ଦୀପକ ଚହରଙ୍କୁ ନେଟ୍ ବୋଲର ଭାବେ ଟିମ୍‌ରେ ରହିବେ। ଏସମସ୍ତେ ଟିମ୍‌ ଇଣ୍ଡିଆ ସହ ବିଶ୍ୱକପ୍‌ ପାଇଁ ଲଣ୍ଡନ ଯିବେ।

Comment